Latest Odisha News

BREAKING NEWS

ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି: ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି। ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲେଖିଲେ ଚିଠି। ୪ ତାରିଖ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ସମସ୍ତ ବିଜେପି ମହିଳା ସାଂସଦ। ଚିଠିରେ ଉଲ୍ଲେଖ ରହିଛି ଯେ, ‘୪ ତାରିଖରେ ଲୋକସଭାରେ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଲା। ବିରୋଧ ନାଁରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ିଲେ।

ସବୁ ମର୍ଯ୍ୟାଦା ଲଙ୍ଘି କାଗଜପତ୍ର ଚିରି ବାଚସ୍ପତିଙ୍କ ଆଡ଼କୁ ମଧ୍ୟ ଫିଙ୍ଗିଲେ। କିଛି ମହିଳା ସଦସ୍ୟ ବି ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଥିଲେ। ଆମେ ଅନୁରୋଧ କରୁଛୁ ନିୟମ ଅନୁଯାୟୀ, କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆମ ଗଣତାନ୍ତ୍ରିକ ପ୍ରତିଷ୍ଠାନକୁ ଯେଉଁମାନେ ଅପମାନିତ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ସେମାନେ କେବଳ ପ୍ରଧାନମନ୍ତ୍ରୀଙ୍କ ଆସନ ଘେରି ନଥିଲେ ବରଂ ବରିଷ୍ଠ ମନ୍ତ୍ରୀମାନେ ବସିଥିବା ଟ୍ରେଜେରୀ ବେଞ୍ଚରେ ମଧ୍ୟ ପ୍ରବେଶ କରିଥିଲେ। ତେଣୁ, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଗୃହ ପରିସରରେ ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଏବଂ ଆମର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଅପମାନିତ କରିଥିବା ବିରୋଧୀ ସାଂସଦମାନଙ୍କ ବିରୁଦ୍ଧରେ ନିୟମ ଅନୁଯାୟୀ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।’

Leave A Reply

Your email address will not be published.