କଟକ: କଟକ ଏସସିବି ମେଡିକାଲରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ସୂଚନା ରହିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ।
ମହିଳା ରୋଗୀ ଜଣକ ବେଡ୍ ରୁ ଖସିପଡୁଥିବା ବେଳେ କେହି ଜଣେ ଏହାକୁ ମୋବାଇଲରେ ଭିଡିଓ ଉତ୍ତୋଳନ କରିଛନ୍ତି । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁର ବୋଲି କୁହାଯାଉଛି । ତେବେ ଏହାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ ।
ଅନ୍ୟପଟେ ଜଣେ ଖସି ବୃଦ୍ଧଙ୍କ ମୁହଁରୁ ଅକ୍ସିଜେନ୍ ମାସ୍କ ତଳେ ପଡ଼ିଥିବା ଏବଂ ହାତରୁ ରକ୍ତ ଝରି ବେଡରେ ପଡ଼ିଥିବାର ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଏହି ଭିଡିଓକୁ ନେଇ ରାଜ୍ୟସଭା ସାଂସଦ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।