ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା । ଲୁଟି ନେଉଛନ୍ତି ବହୁମୂଲ୍ୟ ସାମଗ୍ରୀ । ଆଜି ଜିଲ୍ଲାର ସୋର ଥାନା ଫଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲାରୀ ଦୋକାନରେ ବଡ ଧରଣର ଲୁଟ୍ ହୋଇଛି । ସୁନା ଦୋକାନ କାନ୍ଥ ଭାଙ୍ଗି ଲକର ଚାବି ଖୋଲି ୧ କୋଟି ଟଙ୍କାର ସୁନା, ରୂପା ଗହଣା ଲୁଟି ନେଇଛନ୍ତି ଲୁଟେରା ।
ଗତକାଲି ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିବା ବେଳେ କାନ୍ଥ ତାଡି ୫୦୦ ଗ୍ରାମ ସୁନା ଓ ୫କେଜି ରୁପା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ନଗଦ ୧୦ହଜାର ଟଙ୍କା ଲୁଟ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସୋର ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ କରୁଛି ।