Latest Odisha News

ତିହାର ଜେଲରେ ପ୍ରତିଦିନ ନଷ୍ଟ ହେଉଛି ୨୫ ହଜାର ରୋଟି !

ଭୁବନେଶ୍ୱର: ତିହାର ଜେଲରେ ପ୍ରତିଦିନ ୨୦ରୁ ୨୫ ହଜାର ରୋଟି ନଷ୍ଟ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ନଷ୍ଟକୁ ଠିକ୍ ଭାବେ ରୋକାଗଲେ ଅନ୍ୟ ଜେଲରେ ୪ ରୁ ୫ ହଜାର କୈଦୀ ଖାଦ୍ୟ ପାଇପାରିବେ । କୈଦୀଙ୍କ ଗଣତି ଅନୁସାରେ ରୋଟି ପ୍ରସ୍ତୁତ କରାଯାଇଥାଏ ।

ମାତ୍ର ଏହା ମଧ୍ୟରୁ କେତେକ କୈଦୀ ରୋଟି ଖାଇ ନ ଥାନ୍ତି ଫଳରେ ଏଗୁଡିକ ନଷ୍ଟ ହୋଇଥାଏ । ୧୮ ହଜାର କୈଦୀଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଉଛି । କୈଦୀ ଖାଉ କିମ୍ବା ନ ଖାଉ ସମସ୍ତଙ୍କ ପାଇଁ ରୋଟି ପ୍ରସ୍ତୁତ କରାଯିବା ନିୟମ ରହିଛି ବୋଲି ଜେଲର ଜନୈକ ଅଧିକାରୀ କହିଛନ୍ତି । ରୋଟି ବଳିଲେ ଏହା ବାହାରେ ବାଂଟି ଦିଆଯାଉଛି ଅନ୍ୟଥା ବିଭିନ୍ନ ଅନୁଷ୍ଠାନକୁ ଦାନ କରାଯାଉଛି ।

ଡାକ୍ତରୀ ରିପୋର୍ଟ ଅନୁସାରେ ଜଣେ କୈଦୀର ମାନସିକ ସ୍ଥିତି ଜେଲ ଭିତରେ ଠିକ୍ ରହି ନ ଥାଏ । ଫଳରେ ଖାଦ୍ୟ, ପାନୀୟ ଏବଂ ଶୟନରେ ବ୍ୟତିକ୍ରମ ଦେଖା ଯାଇଥାଏ । ଦୀର୍ଘଦିନ ଧରି ରହିଥିବା କୈଦୀ ପରିବେଶ ସହିତ ଅଭ୍ୟସ୍ତ ହୋଇ ଯାଇଥିବାରୁ ଖାଦ୍ୟ ଠିକ୍ ଭାବେ ଖାଇଥାଏ ।

କିନ୍ତୁ ନୂତନ କୈଦୀ ଏଥିରେ ବ୍ୟତିକ୍ରମ କରିଥାଏ । ପାଖାପାଖି ୫ ବର୍ଷ ହେବ ରୋଟି ନଷ୍ଟ ହେଉଛି ବୋଲି ଜନୈକ ଅଧିକାରୀ ନାମ ପ୍ରକାଶ ନ କରି କହିଛନ୍ତି ।

Comments are closed.