Latest Odisha News

BREAKING NEWS

କାଶ୍ମୀର ବଂଶୋଦ୍ଭବ ଶବାନା ହୋଇପାରନ୍ତି ବ୍ରିଟେନର ପ୍ରଥମ ମୁସଲିମ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନ ରାଜନୀତି ସରଗରମ ହୋଇପଡ଼ିଛି। କୁଖ୍ୟାତ ଅପରାଧୀ ଜେଫ୍ରି ଏପଷ୍ଟିନ୍ ବିବାଦରେ ଛନ୍ଦି ହୋଇଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର। ଆଉ ଏହି ସମୟରେ ଜଣେ କାଶ୍ମୀରୀ ବଂଶୋଦ୍ଭବ ମହିଳାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ଶବାନା ମହମୁଦ। ଶବାନା ବ୍ରିଟେନର ପ୍ରଥମ ମୁସଲିମ୍ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଏବେ ନିଜ ଜୀବନର ସବୁଠାରୁ ବଡ଼ ରାଜନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। ଆମେରିକୀୟ ଅପରାଧୀ ଜେଫ୍ରି ଏପଷ୍ଟିନ୍‌ ସହ ଜଡ଼ିତ କିଛି ଗୁପ୍ତ ଫାଇଲ୍ ଏବେ ଷ୍ଟାର୍ମରଙ୍କ ପାଇଁ କାଳ ସାଜିଛି। ତାଙ୍କର ଅତି ବିଶ୍ୱସ୍ତ ସହଯୋଗୀ ମର୍ଗାନ ମ୍ୟାକସୁଇନିଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଛି। ଲେବର ପାର୍ଟି ଭିତରେ ଏବେ ବିଦ୍ରୋହର ନିଆଁ ଜଳୁଛି ଏବଂ ପ୍ରଧାନମନ୍ତ୍ରୀ ପଦରୁ ଷ୍ଟାର୍ମରଙ୍କୁ ହଟାଇବା ପାଇଁ ଦାବି ଜୋର ଧରିଛି।

ଏହି ସଙ୍କଟ ସମୟରେ ଶବାନା ମହମୁଦଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ରହିଛି। ଶବାନାଙ୍କ ପରିବାର କାଶ୍ମୀରର ମିରପୁରରୁ ବ୍ରିଟେନ ଯାଇଥିଲେ। ବୃତ୍ତିରେ ଜଣେ ଆଇନଜୀବୀ ଥିବା ଶବାନା ଏବେ ବ୍ରିଟେନର ଗୃହମନ୍ତ୍ରୀ ଅଛନ୍ତି। ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ହେବେ ବ୍ରିଟେନର ପ୍ରଥମ ମୁସଲିମ୍ ଏବଂ ପ୍ରଥମ କାଶ୍ମୀରୀ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ।

ବ୍ରିଟେନର ପରିସ୍ଥିତି ଯାହା ଷ୍ଟାର୍ମରଙ୍କୁ ହଟାଇବା ଏତେ ସହଜ ନୁହେଁ। ଲେବର ପାର୍ଟିର ନୂଆ ନିୟମ ଅନୁଯାୟୀ କୌଣସି ବିଦ୍ରୋହ ପାଇଁ ଅତିକମରେ ୨୦ ପ୍ରତିଶତ ଅର୍ଥାତ୍ ୮୧ ଜଣ ସାଂସଦଙ୍କ  ଲିଖିତ ସମର୍ଥନ ଜରୁରୀ। ଏହି ଦୌଡ଼ରେ ୱେଷ୍ଟ ଷ୍ଟ୍ରିଟିଙ୍ଗ ଏବଂ ଅଞ୍ଜେଲା ରେନରଙ୍କ ନାଁ ମଧ୍ୟ ରହିଛି, ହେଲେ ଶବାନା ସବୁଠାରୁ ଶକ୍ତିଶାଳୀ ଦାବିଦାର ଭାବେ ଉଭା ହୋଇଛନ୍ତି।

 

 

Leave A Reply

Your email address will not be published.