Latest Odisha News

BREAKING NEWS

ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ, ଫାଇନ୍ କମାଇବା ଚାଲିଛି ଯୋଜନା: ମନ୍ତ୍ରୀ

ଭୁବନେଶ୍ଵର: ପିୟୁସିସି କୁ ନେଇ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ । ଟୋଲ୍‌ ଗେଟ୍‌ରେ ପିୟୁସିସି ଫାଇନ୍‌ କମାଇବା ପାଇଁ ଯୋଜନା ଚାଲିଛି। ୧୦ ହଜାର ଟଙ୍କା ଫାଇନ୍ କୁ କମ୍ କରିବାକୁ ଆଲୋଚନା ଚାଲିଛି ।

ଗାଡ଼ିଟେ ଥିଲେ ପିୟୁସିସି ଆବଶ୍ୟକ । ଯେମିତି ଫିଟନେସ ଦରକାର, ଲାଇସେନ୍ସ ଦରକାର ସେମିତି ପିୟୁସିସି ର ମଧ୍ୟ ଆବଶ୍ୟକ ଥିଲା । ହଠାତ୍ କାର୍ଯ୍ୟକାରୀ କରାଯିବାରୁ ଲୋକେ ଭାବିଲେ । ଯେହେତୁ ଓଡ଼ିଶାର ବାୟୁ ପ୍ରଦୂଷଣ ବଢୁଛି । ବାଧ୍ୟବାଧ୍ୟକତାରେ ହେବା ଦରକାର ।

ବକେୟା ଚାଲାଣ ପୈଠ ନକଲେ ହୋଇପାରିବନି ପିୟୁସିସି । ପିୟୁସିସି ପୂର୍ବରୁ ବକେୟା ଚାଲାଣ ଭରିବା ବାଧ୍ୟତାମୂଳକ କରାଯାଇଛି ।

ଜନସ୍ବାର୍ଥ ମାମଲା ଦାଖଲ କରିବା ଲୋକଙ୍କ ଅଧିକାର, ଲୋକଙ୍କ ସ୍ଵାଧୀନତା ମଧ୍ୟ । ମାନ୍ୟବର ହାଇକୋର୍ଟ ତାକୁ ଖାରଜ କଲେ। ସରକାରଙ୍କ ପ୍ରାଥମିକତା ନାହିଁ କାହାକୁ ଜରିମାନା ନେଇକି ସରକାର ଚାଲିବା ଆମ ସରକାରଙ୍କ ପ୍ରାଥମିକତା ନାହିଁ। ନିଶ୍ଚିତ ଭାବେ ତାକୁ ତର୍ଜମା କରାଯିବ ଓ କମ ବି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.