Latest Odisha News

BREAKING NEWS

Cyber Fraud: ୨ ସାଇବର ଠକକୁ ବାନ୍ଧିଲା ପୋଲିସ; ୫କୋଟିର ଠକେଇ

ବଲାଙ୍ଗିର: ୨ ସାଇବର ଠକଙ୍କୁ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଚୁଡ଼ାପାଲି ଗାଁର ଦେବାଶିଷ କାଣ୍ଟି ଓ ସୌମ୍ୟରଞ୍ଜନ କବାଟ। ସଦର ଓ ଲୋଇସିଂହା ବ୍ଲକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥଲେ ଏହି ଦୁଇ ଅଭିଯୁକ୍ତ ।

ସୂଚନାନୁସାରେ ଏହି ଠକେଇ ଘଟଣାର ମାଷ୍ଟରମାଇଣ୍ଡ ହେଉଛି ଗିରଫ ଦେବାଶିଷ । ବୟସ୍କ ଓ ଯୁବବର୍ଗଙ୍କୁ ଟାର୍ଗେଟ କରୁଥିଲେ । ସେମନଙ୍କୁ ହଜାରେ,ଦୁଇହଜାର ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ପାସବହି ଓ ଏଟିଏମ କାର୍ଡ ଆସିବାପରେ ସେସବୁ ନେଇ ପଶ୍ଚିମବଙ୍ଗର ଏକ ସାଇବର ଠକ ଦଳଙ୍କୁ ଦେଉଥିଲେ। ଦୁଇଜଣ ଆକାଉଣ୍ଟ ପିଛା ୫ ରୁ ୭ ହଜାର ଟଙ୍କା ପାଉଥିଲେ।

ପଶ୍ଚିମବଙ୍ଗର ସାଇବର ଠକ ରାକେଟ, ଏହି ଆକାଉଣ୍ଟ ଗୁଡ଼ିକରେ ଠକେଇ କରି ଆଣୁଥିବା କୋଟି କୋଟି ଟଙ୍କା ନେଣଦେଣ କରୁଥିବା ସୂଚନା ରହିଛି ।

Leave A Reply

Your email address will not be published.