Latest Odisha News

BREAKING NEWS

Fake Mao Poster: ରାୟଗଡାରେ ନକଲି ମାଓପୋଷ୍ଟର ମାମଲା; ଦୁଇ ଗିରଫ

ରାୟଗଡ଼ା: ଗତ ଦୁଇ ଦିନ ପୂର୍ବେ ରାୟଗଡା ଜିଲ୍ଲାରେ ଲାଗିଥିବା ମାଓ ପୋଷ୍ଟର ନେଇ ଖୋଲିଲା ଗୁମର । ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ମାଓବାଦୀ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ ମାଝୀ ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ, ଗତ ୧୩ ତାରିଖରେ ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଘୁମାଗୁଡା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ ଲେଖାଯାଇଥିବା ନେଇ କୁହାଯାଇଥିଲା । ସବ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଏମାନେ କେବେ ଆଦିବାସୀ ନଥିଲେ । ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର କରୁଥିଲେ । ଏହାକୁ ଜବାବ ଦେବାକୁ ରାଜ୍ୟ ସମ୍ପାଦକ ମେଘଜାନୀଓ ଡମ୍ବାଇ ମାଝୀ ଓ ମାଓ ସଂଗଠନ ପ୍ରସ୍ତୁତ ଅଛି ବୋଲି ଲେଖାଯିବା ସହିତ ଲାଲ ସଲାମ ଲେଖାଯାଇଥିଲା ।

ହେଲେ ଏହା ତଦନ୍ତ ପରେ ପୋଷ୍ଟରଟି ନକଲି ବୋଲି ଜାଣିବାକୁ ପାଇଥିଲା ପୋଲିସ ।ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ ମାଝୀକୁ ଗିରଫ କରିଛି ପୋଲିସ । ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା । ଗିରଫ ନେଇ ଏସଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି । ତେବେ ଏମାନେ ପ୍ରକୃତରେ ଦୋଷୀ ନା ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ।

Leave A Reply

Your email address will not be published.