Latest Odisha News

BREAKING NEWS

Kendrapara Anganwadi: ତିନିମାସ ପରେ ଅଙ୍ଗନବାଡ଼ି ଆସିଲେ ପିଲା; ପଢିବା ସହ କଲେ ଭୋଜନ

କେନ୍ଦ୍ରାପଡା: ଦୀର୍ଘ ୩ ମାସ ପରେ ସ୍ବଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ । ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ । ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ ଥିଲେ। ଜାତିପ୍ରଥାକୁ ନେଇ ତିନିମାସ ଧରି ବନ୍ଦ ଥିଲା ଅଙ୍ଗନବାଡି କେନ୍ଦ୍ର ।

କୁନି କୁନି ଶିଶୁଙ୍କୁ ଲଡୁ ଖୁଆଇ ଉତ୍ସାହିତ କରିଥିଲେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ।

ଗତ ୧୪ ତାରିଖ ଦିନ ଶିଶୁ ସୁରକ୍ଷା ଆୟୋଗଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଅଙ୍ଗନବାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ । ଏହାପରେ ଲୋକେ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ଶପଥ ନେଇଥିଲେ। ସୋମବାର ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ଗ୍ରାମ ସଭା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଣିଥିଲେ ।

ସୂଚନାଥାଉକି, ସହାୟିକା ନିଯୁକ୍ତିକୁ ନେଇ ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡ଼ିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଦୀର୍ଘ ଦିନ ଧରି ଅଙ୍ଗନବାଡି ଆସୁନଥିଲେ ପିଲା । କିମ୍ବା ଗର୍ଭବତୀ ମହିଳା, ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୋଷଣ ଖାଦ୍ୟ ମଧ୍ୟ ଗ୍ରହଣ କରୁନଥିଲେ । ଜାତିବାଦ କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଥିଲେ ଅଙ୍ଗନବାଡିର ସହାୟିକା ଶର୍ମିଷ୍ଠା ସେଠୀ ଓ ଅଙ୍ଗନବାଡି କର୍ମୀ । ଏ ପ୍ରସଙ୍ଗ ପଲ୍ଲୀ ଡେଇଁ ଦିଲ୍ଲୀରେ ମଧ୍ୟ ପହଞ୍ଚି ଥିଲା ।

Leave A Reply

Your email address will not be published.