ଖୋର୍ଦ୍ଧା: ଟାଙ୍ଗୀ ପୋଲିସକୁ ବଡ଼ ସଫଳତା। ଜୁଆ ଆଡ୍ଡାରେ ଅଚାନକ ଚଢ଼ାଉ। ୨୦ ଜୁଆଡ଼ି ଗିରଫ। ଖୋର୍ଦ୍ଧା ଟାଙ୍ଗୀ ଥାନା ଅଞ୍ଚଳରେ ପୋଲିସ କରିଛି ଚଢ଼ାଉ। ଗତକାଲି ରାତିରେ ଜଙ୍ଗଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨୦ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।
ସେମାନଙ୍କଠାରୁ ନଗଦ ୧୦ଲକ୍ଷ ୩୮ହଜାର ୫୦୦ଟଙ୍କା, ଗୋଟିଏ ଦାମୀ କାର, ୪ଟି ବାଇକ, ୨୦ଟି ମୋବାଇଲ ସମେତ ୧୦ମୁଠା ତାସ ଜବତ ହୋଇଛି। ଓଡିଶାର ବିଭିନ୍ନ ଜିଲ୍ଲାର ଜୁଆଡ଼ି ଏଠାକୁ ଆସନ୍ତି। ଆଉ କୋଟି କୋଟି ଟଙ୍କାର ଜୁଆ ଖେଳ ଚାଲେ। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଚଢାଉ କରି ୨୦ ଜଣଙ୍କୁ ଗିରଫ କରିଛି।