Latest Odisha News

BREAKING NEWS

Ignou: ଫେବୃଆରୀ ୨୮କୁ ବଢ଼ିଲା ଇଗ୍ନୋର ନାମଲେଖା ଅବଧି

ଭୁବନେଶ୍ବର: ଇଗ୍ନୋର ନାମଲେଖା ଅବଧିକୁ ଚଳିତମାସ ୨୮ ତାରିଖକୁ ବୃଦ୍ଧି କରାଯାଇଛି । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରୀ ୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃପଞ୍ଜିକରଣ ସମୟ ଅବଧିକୁ ମଧ୍ୟ ଚଳିତମାସ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପୁନଃ ପଞ୍ଜୀକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଫି ଦେବାକୁ ପଡ଼ିବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.inକୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ https://ignouadmission.samarth.edu.in ଲିଙ୍କ କୁ ଯାଇଁ ଆବେଦନ କରିପାରିବେ ।

ଅଣ୍ଡର ଗ୍ରାଜୁଏଟ (ବିଏସସିଏମ୍), (ବିସିଓଏମଏଫ୍), (ବିଏଏମ୍) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି । ହେଲେ ଯେଉଁ ଅନୁସୂଚିତଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ ।

ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନୋ ଆଞ୍ଚଳିକକେନ୍ଦ୍ର ଭୁବନେଶ୍ୱରକୁ ନିମ୍ନଲିଖିତ ୦୬୭୪-୨୩୦୧୩୪୮, ୨୯୭୧୦୭୧ ଫୋନ କିମ୍ବା ଇ-ମେଲE-Mail-rcbhubaneswar@ignou.ac.in ଏବଂ admissionrc21@ignou.ac.in ଜରିଆରେ ଯୋଗାଯୋଗ କରିବା ପାଇଁ ଆଞ୍ଚଳିକକେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.