Latest Odisha News

BREAKING NEWS

ପାକିସ୍ତାନ କ୍ରିକେଟର ଇମାଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

ଲାହୋର: ପାକିସ୍ତାନ କ୍ରିକେଟର ଇମାଦ ୱାସିମ ପୂନର୍ବାର ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବତନ ପତ୍ନୀ ସାନିଆ ଅସଫାକ ତାଙ୍କ ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ସେ ଏକ ପୋଷ୍ଟରେ ତାଙ୍କ ଗର୍ଭସ୍ଥ ସନ୍ତାନକୁ ଇମାଦ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଏହାର ଭିଡିଓ ପ୍ରମାଣ ମଧ୍ୟ ମୋ ପାଖରେ ଅଛି ବୋଲି ସାନିଆ କହିଛନ୍ତି । ୬ ବର୍ଷ ବୈବାହିକ ଜୀବନରେ ମୋତେ ସେ ଅନେକ ଶାରୀରିକ ଓ ମାନସିକ ଯାତନା ଦେଇଛନ୍ତି ।

ଏହି ପୋଷ୍ଟରେ ସେ ନୈଲାଙ୍କୁ ଏକ ଗୃହଭଙ୍ଗକାରୀ କହିଥିଲେ । ସେ ପିଏସଏଲରେ କାହିଁକି ଇମାଦଙ୍କୁ ଖେଳାଯାଉଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଇମାଦ ଏହି ଅଭିଯୋଗ ନେଇ ମୁହଁ ଖୋଲି ନ ଥିଲେ ମଧ୍ୟ ପାରିବାରିକ ସମସ୍ୟା ଯୋଗୁ ଆମେ ଅଲଗା ହେଉଥିଲୁ ବୋଲି କହିଛନ୍ତି । ଇମାଦଙ୍କୁ ବିବାହ କରିବା ପରେ ନୈଲା ବେଶ ଖୁସୀ ଅଛନ୍ତି । ମୁଁ ଇମାଦଙ୍କ ସନ୍ତାନମାନଙ୍କୁ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ନୈଲା କହିଛନ୍ତି ।

Leave A Reply

Your email address will not be published.