କଟକ:ମହାଜନପୁରରେ ବାଣ ବିସ୍ଫୋରଣ । ଏହି ବାଣ ବିସ୍ଫୋରଣରେ ୩ ଆହତ। ଆହତଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି । ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଏହି ଅଘଟଣ ଘଟିଛି । ଜଗତପୁର ପୋଲିସ ଘଟଣାର ତଦନ୍ତ କରୁଛି।
ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ହୋଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛି । ବିସ୍ଫୋରଣରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ବାଣ ବିସ୍ଫୋରଣରେ ଦୁଇ ବଖରା ଘର ମଧ୍ୟ ପୋଡି ଯାଇଛି। ଏଥିରେ ଗୋବିନ୍ଦଙ୍କ ପତ୍ନୀ, ବୋହୂ ଓ ନାତୁଣୀ ଗୁରୁତର ହୋଇଥିବା ଜଣା ପଡିଛି ।