ଅହମଦାବାଦ: ୨୦୨୬ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପ୍ରଥମଥର ପାଇଁ ପରାସ୍ତ ହୋଇଛି। ପ୍ରଥମ ସୁପର ୮ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନ୍ ରେ ପରାଜୟ ହୋଇଛି । ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତିଥିଲା। କିନ୍ତୁ ଏହି ମ୍ୟାଚ୍ରେ ଭାରତୀୟ ଦଳ ୧୮୮ ରନ୍ର ଲକ୍ଷ୍ୟ ହାସଲ କରିପାରି ନାହିଁ ।
ଦକ୍ଷିଣ ଆଫ୍ରିକା ୧୮୮ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଭାରତ ୧୮.୫ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଆଉ ଏହା ସହ ଦକ୍ଷିଣ ଆଫ୍ରିକା ୭୬ ରନର ବିଶାଳ ବିଜୟ ହାସଲ କରିଛି ।
ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ବ୍ୟାଟସମ୍ୟାନମାନେ ୧୮୮ ରନ୍ର ଟାର୍ଗେଟକୁ ପିଛା କରିବାରେ ବିଫଳ ହୋଇଥିଲେ। ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନମାନେ ଆରମ୍ଭରୁ ଚାପରେ ରହିଥିଲେ। ଏହି ମ୍ୟାଚ୍ରେ ଇଶାନ କିଶନ ଜିରୋରେ ଆଉଟ୍ ହୋଇଥିବା ବେଳେ, ଅଭିଷେକ ଶର୍ମା, ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଫେଲ୍ ମାରିଥିଲେ । ଭାରତ ପକ୍ଷରୁ ଶିବମ୍ ଦୁବେ ସର୍ବାଧିକ ୪୨ ରନ୍ କରିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୪୫ ଓ ଟ୍ରିଷ୍ଟାନ ଷ୍ଟବ୍ସ ୪୪ ରନ୍ କରିଥିଲେ।ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ଦୁଇଟି ଓ ଦୁବେ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଭାରତୀୟ ଦଳ ଆସନ୍ତା ୨୬ ତାରିଖରେ ତା’ର ପରବର୍ତ୍ତୀ ସୁପର-୮ ମ୍ୟାଚ୍ରେ ଜିମ୍ବାଓ୍ବେକୁ ଭେଟିବ।