Latest Odisha News

BREAKING NEWS

 ୧୦ ବର୍ଷ ପରେ ଦାଢ଼ୀ କାଟିଲେ ୟଶ

ନୂଆଦିଲ୍ଲୀ: କେଜିଏଫ ପରେ ୟଶଙ୍କ ଟକ୍ସିକ ଏ ଫେୟାରୀ ଟେଲ ଫର ଗ୍ରୋନଅପ୍ସ ଫିଲ୍ମ ପ୍ରତି ପ୍ରଶଂସକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଟିଜର ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହି ଫିଲ୍ମରେ ପ୍ରାୟ ୧୦ ବର୍ଷ ପରେ ୟଶଙ୍କୁ ବିନା ଦାଢ଼ୀରେ ଦର୍ଶକ ଦେଖିବାକୁ ପାଇବେ । ତାଙ୍କର କ୍ଲିନ ଶେଭ ଲୁକ ଇଂଟେରନେଟ ଭାଇରାଲ ହେବାରେ ଲାଗିଛି । ଟକ୍ସିକରେ ୟଶଙ୍କ ଡବଲ ରୋଲ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

୨୦୧୬ରେ ସଂଥୁ ଷ୍ଟ୍ରେଟ ଫରୱାର୍ଡରେ ୟଶଙ୍କୁ ବିନା ଦାଢ଼ୀରେ ଦେଖିବାକୁ ମିଳିଥିଲା । ଟକ୍ସିକ ଫିଲ୍ମର ନିର୍ଦ୍ଦେଶନା ଗୀତୁ ମୋହନଦାସ ଦେଇଛନ୍ତି । ଏଥିରେ କିୟାରା ଆଡଭାନୀ, ନୟନତାରା, ହୁମା କ୍ୟୁରେଶୀ ଓ ତାରା ସୂତରିୟାଙ୍କ କଳାକାର ଅଭିନୟ କରୁଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୧୯ରେ ଏହା ରିଲିଜ ହେବ । ପ୍ରଥମେ ଏହା କନ୍ନଡ ଓ ଇଂରାଜୀ ଭାଷାରେ ରିଲିଜ ହେବ । ପରେ ଅନ୍ୟ ଭାଷାରେ ପରଦାକୁ ଆସିବ । ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିବାରୁ ଏହା ଏକ ବଡ ହିଟ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

Leave A Reply

Your email address will not be published.