ରାଞ୍ଚି: ଏୟାର ଆମ୍ବୁଲାନ୍ସ,ଦୁର୍ଘଟଣାଗସ୍ତ। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ରେଡବର୍ଡ ଏୟାରୱେଜ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ପରିଚାଳିତ ବିଚ୍କ୍ରାଫ୍ଟ ସି୯୦ ବିମାନଟି ରାଞ୍ଚିରୁ ଦିଲ୍ଲୀର ଏକ ମେଡିକାଲ ଯାଉଥିଲା । ଏହି ଏୟାର ଆମ୍ବୁଲାନ୍ସରେ ଥିବା ସମସ୍ତ ୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ପୋଡିଯାଇଥିବା ଜଣେ ରୋଗୀଙ୍କୁ ନେଇ ଝାଡଖଣ୍ଡରୁ ଦିଲ୍ଲୀ ବାହାରିଥିଲା ଏୟାର ଆମ୍ବୁଲାନ୍ସ। ଉଡାଣର କିଛି ସମୟ ପରେ ବିମାନଟି ସୋମବାର ରାତିରେ ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାର ସିମରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ରୋଗୀ, କ୍ୟୁ ସଦସ୍ୟଙ୍କ ସହ ବିମାନରେ ଥିବା ସାତ ଜଣଙ୍କର ଜୀବନ ଯାଇଛି।
ଦୁର୍ଘଟଣାର କିଛି ଘଣ୍ଟା ପରେ ଏହି ନିଶ୍ଚିତ ହୋଇଛି। ପୂର୍ବରୁ ରିପୋର୍ଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କଥା କୁହାଯାଇଥିଲା, କିନ୍ତୁ ଚତ୍ରା ଡେପୁଟି କମିଶନର କୀର୍ତ୍ତିଶ୍ରୀ ଜି ପରେ କହିଛନ୍ତି ଯେ ବିମାନରେ ଥିବା ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଏସଡିପିଓ ଶୁଭମ ଖଣ୍ଡେଲୱାଲ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ସାତଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଉଛନ୍ତି କ୍ୟାପ୍ଟେନ୍ ବିବେକ ବିକାଶ ଭଗତ, ସହ କ୍ୟାପ୍ଟେନ୍ ସବ୍ରଜଦୀପ, ରୋଗୀ ସଞ୍ଜୟ କୁମାର, ଅର୍ଚ୍ଚନା ଦେବୀ, ଡାକ୍ତର ବିକାଶ କୁମାର ଗୁପ୍ତାଙ୍କ ସହ ୭ ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି।
ବିମାନଟି ସନ୍ଧ୍ୟା ୭:୧୧ରେ ରାଞ୍ଚିରୁ ଉଡ଼ାଣ କରିଥିଲା ଏବଂ ପ୍ରାୟ ୧୦ଟାରେ ଦିଲ୍ଲୀରେ ଅବତରଣ କରିବାର ନିର୍ଦ୍ଧାରିତ ଥିଲା। ଡିଜିସିଏ, ଅନୁଯାୟୀ, ବିମାନଟି ସନ୍ଧ୍ୟା ୭:୩୪ରେ କଲିକତା ରାଡାର ସମ୍ପର୍କ ହରାଇଥିଲା, ଲାତେହର ଜିଲ୍ଲାର ଚାନ୍ଦୱାର ବାସିନ୍ଦା ସଞ୍ଜୟ କୁମାର ୬୫% ପୋଡିଯାଇଥିବା ବେଳେ ଗୁରୁତର ଥିଲେ। ଏହି ଘଟଣା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି)ର ଏକ ଟିମ୍ ଦୁର୍ଘଟଣାର କାରଣ ତଦନ୍ତ କରିବାକୁ ପଠାଯାଇଛି।