Latest Odisha News

BREAKING NEWS

ବେଲଘର ହାତୀ ମୃତ୍ୟୁ ଘଟଣା: ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର

କନ୍ଧମାଳ: ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର୍‌ ବିନୟ ବିଶି । ଦୀର୍ଘ ଦେଢ଼ ମାସ ଫେରାର ହୋଇ ରହିବା ପରେ ତୁମୁଡିବନ୍ଧ କୋର୍ଟ ଜେଏମଏଫସିଙ୍କ ନିକଟରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି । ହାଜର ହେବାର ୪୮ ଘଣ୍ଟା ଭିତରେ ସମସ୍ତ ଦସ୍ତାବିଜ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

ହାତୀ ମୃତ୍ୟୁ ପରେ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରି ହାତୀ ମୃତ ଶରୀରକୁ ୩୨ଖଣ୍ଡ କରି ମାଟି ତଳେ ପୋତିଦିଆଯାଇଥିଲା । ଏହି ଘଟଣାରେ ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଥିଲା । ଏହାସହ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଡେପୁଟି ରେଞ୍ଜରଙ୍କ ବିରୋଧରେ ତଦନ୍ତ ଚାଲିଥିଲା । ଏନେଇ ବିନୟ ବିଶିଙ୍କ ପରିବାରଙ୍କୁ ମଧ୍ୟ ବାରମ୍ବାର ଅବଗତ କରାଯାଇଥିଲା । ବିଭାଗ ପକ୍ଷରୁ ପଳାତକ ଘୋଷଣା ପରେ ସୋମବାର ଜେଏମଏଫସିଙ୍କ ନିକଟରେ ହାଜର ହୋଇଥିଲେ ।

ହାତୀ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ ୬ଜଣ ଶିକାରୀ, ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.