Latest Odisha News

BREAKING NEWS

Weather Update: ଆହୁରି ତାତିବ ଓଡିଶା; ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଏବେ କମିଛି ଶୀତର ପ୍ରକୋପ । ଧିରେ ଧିରେ ତାତି ବଢିବାରେ ଲାଗିଛି । ଆସନ୍ତା ୩ଦିନ ମଧ୍ୟରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିପରି ସର୍ବନିମ୍ନ ବା ରାତି ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ଘଣ୍ଟାରେ ରାଜ୍ୟର ୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଏବଂ ଏହାଠାରୁ କମ୍‌ ରହିଥିଲା। ସର୍ବନିମ୍ନ ନିମ୍ନତମ ତାପମାତ୍ରା ସମତଳ ଅଞ୍ଚଳ ଭାବେ ରାଉରକେଲାଠାରେ ୧୨.୨ ଡିଗ୍ରୀ, ଜି.ଉଦୟଗିରିରେ ୯.୭ ଡିଗ୍ରୀ ଏବଂ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।

ହେଲେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଗୁରୁବାର ଦିନ ହୋଇଛି । ନୟାଗଡ଼ ଜିଲା ବାରମୂଳରେ ୫.୪ ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ା ମାର୍ଶାଘାଇରେ ୫ମିମି, ଡେରାବିଶରେ ୨.୫ମିମି, ଗରଦପୁରରେ ୨ ମିମି, ଗଞ୍ଜାମ ଦିଗପହଣ୍ଡିରେ ୫ମିମି, ଯାଜପୁର ଜେନାପୁରରେ ୨.୨ ମିମି, ଜଗତ୍‌ସିଂହପୁର ପାରାଦୀପରେ ୧.୫ମିମି ଏବଂ ଗଜପତି ଜିଲା ମୋହନାଠାରେ ୦.୪ ମିମି ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.