Latest Odisha News

BREAKING NEWS

Maoists Surrender: ଆତ୍ମସମର୍ପଣ କଲେ ୧୫ ଜଣ ହାର୍ଡକୋର ମାଓବାଦୀ

ମାଲକାନଗିରି: ଭୁଷୁଡୁଛି ଲାଲଗଡ । ପୁଣି ଆଜି ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ବଲାଙ୍ଗିର, ବରଗଡ଼, ମହାସମୁନ୍ଦ ଡିଭିଜନ କମିଟିର ବୋଲି ଜଣାପଡିଛି ।

ଓଡ଼ିଶାର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋ ସଚିବ ବିକାଶ ସହ ୧୫ ଜଣ ଆତ୍ମ ସମର୍ପଣ କରିଥିବା ଦେଖିବାକୁ ମିଳିଛି । ବିକାଶର ମୁଣ୍ଡ ଉପରେ ଥିଲା ୨୫ ଲକ୍ଷ ର ପୁରସ୍କାର ରାଶି ରହିଛି । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ଭିତରେ ୯ଜଣ ମହିଳା ଓ ୬ ପୁରୁଷ ଅଛନ୍ତି । ଏନେଇ ମହାସମୁନ୍ଦ ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.