ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ୍ ଓ ଆମେରିକା ଇରାନ ଉପରେ ଯେତେକି ଆକ୍ରମଣ କରୁଛନ୍ତି ଇରାନ ବି ଆମେରିକାକୁ ଟାର୍ଗେଟ୍ କରି ଏହାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି । ଫଳରେ ଇରାନ ସହିତ କତାର, ୟୁଏଇ, ବାହାରିନ, ସାଇପ୍ରସ, ଇରାକ ଲେବାନନ ଭଳି ଦେଶ ଯୁଦ୍ଧର ତାଣ୍ଡବର ଶିକାର ହେଉଛନ୍ତି ।
ଏହିଭଳି
ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମାର୍ଚ୍ଚ ୨ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ନେଇ ନୂଆ ତାରିଖ ପରେ ଘୋଷଣା କରାଯିବ ।
ଓମାନ, କତାର, ସାଉଦି ଆରବ ବାହାରିନ, ଇରାନ, କୁୱେତ ଏବଂ ୟୁଏଇ ସମେତ ଅନେକ ମଧ୍ୟପ୍ରାଚ୍ୟ ଦେଶରେ ଚାଲିଥିବା ୟୁଦ୍ଧ ପରିସ୍ଥିତି ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି । ବୋର୍ଡ ମାର୍ଚ୍ଚ ୩ରେ ପୁଣିଥରେ ପରିସ୍ଥିତି ସମୀକ୍ଷା କରି ୫ ମାର୍ଚ୍ଚରୁ ନିର୍ଦ୍ଧାରିତ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ନୋଟିସ ଜାରି କରିଛି ।