Latest Odisha News

BREAKING NEWS

Bomb Threats: ସମ୍ବଲପୁର କୋର୍ଟକୁ ବୋମା ଧମକ, ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର: କିଛି ଦିନ ବ୍ୟବଧାନ ପରେ ପୁଣି କୋର୍ଟକୁ ବୋମା ଧମକ ମିଳିଛି । ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ବୋମା ଧମକ ମିଳିଥିବା ଖବର ରହିଛି । ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ ।

ଏହାସହ ବମ୍ ସ୍କ୍ବାଡର୍ ମଧ୍ୟ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ତେବେ କିଏ ଧମକ ଦେଇଛି ଏପର୍ଯ୍ୟନ୍ତ ତାହା ଜଣାପଡିଥିବାବେଳେ, ପୋଲିସ ସେନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଓଡ଼ିଶାର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଥିଲା । ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । କଟକ, ପୁରୀ, ସମ୍ବଲପୁର ଏବଂ ଫୁଲବାଣୀ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା ।

କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ପୋଲିସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସୀ ଆରମ୍ଭ କରିଥିଲା ।

Leave A Reply

Your email address will not be published.