ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଅବସରରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏକ ବଡ ଘୋଷଣା କରିଛି । ଆଇପିଏଲ ୨୦୨୬ ପରେ ଭାରତୀୟ ଟିମ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଉଭୟ ଦେଶ ମଧ୍ୟରେ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ବିସିସିଆଇର ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି । ୬ରୁ ୧୦ ଜୁନ ମଧ୍ୟରେ ନ୍ୟୁ ଚଣ୍ଡୀଗଡରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ । ଏହା ପରେ ୩ଟି ଦିନିକିଆ ମ୍ୟାଚ ଆୟୋଜିତ ହେବ ।
୨୦୧୮ରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ଯାହାକି ଆଫଗାନିସ୍ତାନର ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟ ଥିଲା । ପ୍ରଥମ ଦିନିକିଆ ଜୁନ ୧୪ରେ ଧର୍ମଶାଳାରେ ଖେଳାଯିବ । ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ୧୭ ଓ ୨୦ରେ ଆୟୋଜିତ ହେବ । ଏହି ୨ଟି ମ୍ୟାଚ ଲକ୍ଷ୍ନୌ ଓ ଚେନ୍ନାଇରେ ଖେଳାଯିବ । ଭାରତୀୟ ପ୍ରଶଂସକଙ୍କ ପାଇଁ ଏହି ସିରିଜ ବେଶ ଖାସ ରହିବ । ୨ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜରେ ଖେଳିବେ । ଆଇପିଏଲ ୨୦୨୬ ପରେ ଟିମ ଚୟନ କରାଯିବ ।