କୋଲକାତା: ଭାରତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିବା ପ୍ରଶଂସକମାନଙ୍କୁ ବେଶ ସନ୍ତୋଷ ପ୍ରଦାନ କରିଛି । ତେବେ ଏହା ମଧ୍ୟରେ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ବିରକ୍ତ କରାଇଛି । ମ୍ୟାଚ ପରେ ଜଣେ କୋଲକାତାର ଜଣେ ସାମ୍ବାଦିକ ଭାରତର ବ୍ୟାଟିଂ କୋଚ ସୀତାଂଶୁ କୋଟାକଙ୍କୁ ଅମାନବୀୟ ପ୍ରଶ୍ନ ପଚାରିଥିଲେ । ରିଙ୍କୁ ସିଂଙ୍କ ବାପାଙ୍କ ନିଧନ ପରୋକ୍ଷରେ ଆମ ପାଇଁ ଆଶୀର୍ବାଦ ସଦୃଶ ଥିଲା କି ବୋଲି ସେ ପଚାରିଥିଲେ । ସୀତାଂଶୁ ମଧ୍ୟ ଏହି ପ୍ରଶ୍ନ ଶୁଣି ଚକିତ ହୋଇ ପଡିଥିଲେ । ଭାରତର ଅନେକ ପ୍ରତିଷ୍ଠିତ କ୍ରୀଡା ସାମ୍ବାଦିକ ଏହାକୁ ଘୋର ନିନ୍ଦା କରିଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ବିସିସିଆଇ ଏହି ପତ୍ରକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ରିଙ୍କୁଙ୍କ ବାପା କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ତାଙ୍କର ପରଲୋକ ହୋଇଥିଲେ । ଏଥିଯୋଗୁ ରିଙ୍କୁ ଏହି ମ୍ୟାଚରେ ଖେଳି ନ ଥିଲେ । ରିଙ୍କୁଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା । ସଞ୍ଜୁଙ୍କ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ପ୍ରବେଶ କରିଛି । ରିଙ୍କୁ ଦଳ ସହିତ ଯୋଗ ଦେଇଥିଲେ ମଧ୍ୟ ଚୂଡାନ୍ତ ଏକାଦଶରୁ ବାଦ ପଡିଥିଲେ ।