Latest Odisha News

BREAKING NEWS

ପୋଲିସକୁ ବଡ ସଫଳତା, ୨ କୋଟି ଟଙ୍କାର ସୁନା ଅଳଙ୍କାର ହେଲା ଜବତ

ଭଦ୍ରକ: ଭଦ୍ରକ ପୋଲିସକୁ ମିଳିଲା ବଡ ସଫଳତା । ବିଭିନ୍ନ ସ୍ଥାନରେ ଡକାୟତି କରି ଆତଙ୍କ କରୁଥିବା ୪ଜଣଙ୍କୁ ଗିରଫ କରିଛି ପୋଲିସ। ୪ ଜଣଙ୍କ ମଧ୍ୟରୁ ଦୈତାରୀ ଦାସ ନାମକ ଦୁର୍ଦ୍ଦାନ୍ତ ଲୁଟେରା ନାଁରେ ହତ୍ୟା ଡକାୟତି ମାମଲା ରହିଛି। ତା ସହ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଧରି ଗିରଫ କରିଛି ଭଦ୍ରକ ପୋଲିସ। ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ତେବେ ଗିରଫ ହୋଇଥିବା ସମସ୍ତ ଲୁଟେରା ଯାଜପୁର ଅଞ୍ଚଳର ହୋଇଥିବା ବେଳେ ପୋଲିସ ସେମାନଙ୍କଠାରୁ ବହୁତ ଜିନିଷ ଜବତ କରିଛି।

ସମସ୍ତ ଲୁଟେରାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି। ୧ କିଲୋ ସୁନା, ୪ କିଲୋ ରୂପା ଅଳଙ୍କାର ସହ ୯ଟି ମୋବାଇଲ ଫୋନ, ବିଭିନ୍ନ ରାଜ୍ୟର ୧୫ଟି ଡୁପ୍ଲିକେଟ ନମ୍ବର ଜବତ ହୋଇଛି । ସୁନା ଅଳଙ୍କାର ମୂଲ୍ୟ ଦେଢକୋଟି ହୋଇଥିବା ବେଳେ ରୂପା ଅଳଙ୍କାର ମୂଲ୍ୟ ୧୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଏମାନେ ଭଦ୍ରକ ସମେତ ଯାଜପୁର, କେନ୍ଦୁଝର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ କରୁଥିଲେ। ତେବେ ଏହି ଅଭିଯୁକ୍ତମାନଙ୍କ ନାମରେ ଆଉ କେଉଁ କେଉଁ ଅଭିଯୋଗ ରହିଛି ସେ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଭଦ୍ରକ ଏସପି ମନୋଜ ରାଉତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Leave A Reply

Your email address will not be published.