ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର କାର୍ଯ୍ୟସୂଚୀ ୨ଟି ପର୍ଯ୍ୟାୟରେ ରିଲିଜ ହେବ । ଆଇପିଏଲ ଗଭଣ୍ଣିଂ କାଉନ୍ସିଲ ଏହା ନିଷ୍ପତି ନେଇଛି । ପ୍ରଥମ ପାର୍ଟ ୬ରୁ ୭ ମାର୍ଚ୍ଚ ମଧ୍ୟରେ ଘୋଷଣା କରାଯିବ । ଦ୍ୱିତୀୟ ପାର୍ଟ କେବେ ଘୋଷଣା ହେବ ତାହା ସ୍ପଷ୍ଟ କରାଯାଇ ନାହିଁ । ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆଦାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ନିଷ୍ପତି ନିଆଯାଇଛି । ବେଙ୍ଗାଲୁରର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଓପନିଂ ଓ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କର୍ଣ୍ଣାଟକ କ୍ରିକେଟ ଆସୋସିଏଶନର ସମ୍ପାଦକ ସନ୍ତୋଷ ମେନନ ସୂଚନା ଦେଇଛନ୍ତି । ଆରସିବି ଏଥର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୫ଟି ମ୍ୟାଚ ଖେଳିବ ।
ଆଇପିଏଲରେ ପରାମ୍ପରା ରହିଛି ଯେ, ଚାମ୍ପିୟନ ଟିମର ହୋମଗ୍ରାଉଣ୍ଡରେ ଓପନିଂ ମ୍ୟାଚ, କ୍ୱାଲିଫାୟର ୨ ଓ ଫାଇନାଲ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୨୮ କିମ୍ବା ୨୯ରେ ଆଇପିଏଲ ଆରମ୍ଭ ହେବ । ସିଏସକେ,କେକେଆର ଓ ରାଜସ୍ଥାନ ଟିମ ଘରୋଇ ପିଚରେ ଏଥର କମ ମ୍ୟାଚ ଖେଳିବେ । ମେ ୩୧ରେ ଫାଇନାଲ ମ୍ୟାଚ ଖେଳାଯିବ । ଗତ ସଂସ୍କରଣରେ ଆରସିବି ଦୀର୍ଘ ଦିନ ପରେ ଚାମ୍ପିୟନ ହୋଇଥିଲା । ପ୍ରଶଂସକମାନେ ବିଜୟ ଉତ୍ସବ ମନାଉଥିବା ବେଳେ ଅତ୍ୟଧିକ ଭୀଡ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୧ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଥିଲେ । ଏହା ପରେ ଚିନ୍ନାସ୍ୱାମୀରେ ମ୍ୟାଚ ଖେଳାଯିବା ଉପରେ କଟକଣା ଲଗା ଯାଇଥିଲା । ଏବେ ବିସିସିଆଇ ଏହି ପ୍ରତିବନ୍ଧ ହଟେଇ ଦେଇଛି ।