Latest Odisha News

BREAKING NEWS

ଘରକୁ ଯିବା ପାଇଁ ବ୍ୟସ୍ତ ହୋଇ ପଡିଲେଣି ୱେଷ୍ଟଇଣ୍ଡିଜର ଏହି ଖେଳାଳି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ସେମିଫାଇନାଲ ଦୌଡରୁ ୱେଷ୍ଟଇଣ୍ଡିଜ ବାଦ ପଡିସାରିଛି । ଏହା ପରେ ଖେଳାଳି ଏବଂ ଷ୍ଟାଫ ସ୍ୱଦେଶ ପ୍ରତ୍ୟାବର୍ତନ କରିବା କଥା । ଇରାନ ସହ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୱେଷ୍ଟଇଣ୍ଡିଜ ଟିମ ୪ ଦିନ ହେବ କୋଲକାତାରେ ଫସି ରହିଛନ୍ତି । ଗୁରୁବାର ଦଳର ମୂଖ୍ୟ କୋଚ ଡାରେନ ସାମୀ ଏ ନେଇ ବ୍ୟସ୍ତ ହୋଇ ପଡିଲେଣି । ସେ ସୋସିଆଲ ମିଡିଆରେ ମୁଁ କେବଳ ଘରକୁ ଯିବା ପାଇଁ ଚାହୁଁଛି ବୋଲି ଲେଖିଛନ୍ତି ।

ସାମୀଙ୍କ ଏହି ପୋଷ୍ଟ ତାଙ୍କୁ ମାନସିକ ସ୍ତରରେ ଦୂର୍ବଳ କରିଥିବା ଅନୁମାନ କରାଯାଉଛି । ୱେଷ୍ଟଇଣ୍ଡିଜ ବ୍ୟତୀତ ଜିମ୍ବାୱେ ଟିମ ମଧ୍ୟ ଫସିରହିଛି । ଟୁର୍ଣ୍ଣାମେଂଟରେ ୱେଷ୍ଟଇଣ୍ଡିଜ ପ୍ରଦର୍ଶନ ଆଭରେଜ ରହିଥିଲା । ସୁପର ଏଇଟରେ ଭାରତଠାରୁ ହାରି ଦଳ ସେମିଫାଇନାଲ ଦୌଡରୁ ବାଦ ପଡିଥିଲା । ୱେଷ୍ଟଇଣ୍ଡିଜ ବୋର୍ଡ ଏବେ ଖେଳାଳି ଏବଂ ଷ୍ଟାଫ କିପରି ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ସେ ନେଇ ବିକଳ୍ପ ବ୍ୟବସ୍ଥା ଉପରେ ଆଖି ପକାଇଛି । ଖୁବ ଶୀଘ୍ର ଏହାର ସମାଧାନ ସୂତ୍ର ବାହାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.