Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଫାଇନାଲରେ ଟିମ ଇଣ୍ଡିଆ ଅଧିନାୟକ ହୋଇଛନ୍ତି ବିଫଳ, ସୂର୍ଯ୍ୟକୁମାରଙ୍କ ଉପରେ ନଜର

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ଫାଇନାଲ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୂମାର ଯାଦବଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଏ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପ ଫାଇନାଲରେ ଭାରତର କୌଣସି ଅଧିନାୟକ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ସୂର୍ଯ୍ୟକୁମାର ଏହି ଟ୍ରେଣ୍ଡ ବଦଳାଇବେ ବୋଲି ଆଶା କରାଯାଉଛି । ୨୦୦୭ ବିଶ୍ୱକପ ଫାଇନାଲ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୬ ରନ କରିଥିଲେ । ଅବଶ୍ୟ ପାକିସ୍ତାନକୁ ହରାଇ ଭାରତ ଟାଇଟଲ ହାସଲ କରିଥିଲା ।

୨୦୧୪ ଟି୨୦ ବିଶ୍ୱକପରେ ପୂନର୍ବାର ଧୋନୀ ଫେଲ ମାରିଥିଲେ । ସେ ଶ୍ରୀଲଙ୍କା ବିପକ୍ଷରେ ୭ ବଲରେ ୪ ରନ କରିଥିଲେ । ଭାରତ ପରାଜିତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା । ସୂର୍ଯ୍ୟକୁମାର ଅବଶ୍ୟ ଧୋନୀଙ୍କ ତୁଳନାରେ ଫାଇନାଲରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୮ ମ୍ୟାଚରେ ୩୫ ଆଭରେଜରେ ୨୪୨ ରନ କରିଛନ୍ତି । ସେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । ସୂର୍ଯ୍ୟକୁମାର ଫାଇନାଲରେ ଭଲ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଚାହିଁବେ ।

Leave A Reply

Your email address will not be published.