ମୟୂରଭଞ୍ଜ: ରାଇରଙ୍ଗପୁର ବନଖଣ୍ଡରେ ୧୦୮ଟି ଶୁଆ ଶାବକକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ଗୋରୁମହିଷାଣି ଅଞ୍ଚଳର ସେକ ଜାକିର ହୁସେନ (୩୮) ବେଆଇନ୍ ଭାବେ ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରିଥିବା ୧୦୮ ଶୁଆ ଶାବକକୁ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଗିରଫ ହୋଇଛି ।
ଗତକାଲି (ଶନିବାର) ସନ୍ଧ୍ୟାରେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ଦଳ କିରଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ । ଢ଼ାଉ ବେଳେ ଜାକିରଙ୍କ ଘରୁ ୧୦୮ଟି ଶୁଆ ଶାବକ ଉଦ୍ଧାର କରାଯାଇଛି ।
ସେପଟେ ଉଦ୍ଧାର ହୋଇଥିବା ସମସ୍ତ ୧୦୮ଟି ଶୁଆ ଶାବକଙ୍କୁ ଯଥାଶୀଘ୍ର ନନ୍ଦନକାନନ ପଠେଇ ଦିଆଯିବ ବୋଲି ରାଇରଙ୍ଗପୁର ରେଞ୍ଜର କହିଛନ୍ତି ।
ରାଇରଙ୍ଗପୁର ରେଞ୍ଜର ଜ୍ୟୋତିରଞ୍ଜନ ସେନାପତି କହିଛନ୍ତି, “ବିଶେଷ ସୁତ୍ରରୁ ଖବର ପାଇ ଗୋରୁମହିଷାଣୀରେ ଶୁଆ ବିକ୍ରି କରୁଥିବା ଜଣେ ଯୁବକଙ୍କ ଘରେ ଚଢ଼ାଉ କରାଯାଇଥିଲା ।
କାଗଜ ପେଟି ଗୁଡିକରେ ବହୁ ସଂଖ୍ୟାରେ ଶୁଆ ରଖିଥିବା ଦେଖିବାକୁ ପାଇଥିଲୁ । ଶୁଆଙ୍କୁ ଝାଡ଼ଖଣ୍ଡ ଓ ଭୁବନେଶ୍ବରକୁ ବିକ୍ରି ପାଇଁ ପଠାଇବାକୁ ଯୋଜନା କରାଯାଇଥିଲା । ପୂର୍ବରୁ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶୁଆ ବିକ୍ରି କରିବାର ଅଭିଯୋଗ ଆସିଛି ।