Latest Odisha News

BREAKING NEWS

ବଡ଼ ପରଦାରେ ‘ମଧୁବାଲା’: ଏହି ଅଭିନେତ୍ରୀ ପାଲଟିବେ ‘ହୁସନ୍ କି ମଲ୍ଲିକା’

ମୁମ୍ବାଇ: ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦରୀ ଏବଂ ଚର୍ଚ୍ଚିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ଦୀର୍ଘ ଦିନରୁ ଚାଲିଥିବା କଳ୍ପନାଜଳ୍ପନାର ଏବେ ଅନ୍ତ ଘଟିଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ବାୟୋପିକ୍‌ରେ ମଧୁବାଲାଙ୍କ ଭୂମିକାରେ କିଏ ନଜର ଆସିବେ, ତାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଆଇକନିକ୍ ଚରିତ୍ର ପାଇଁ କିଆରା ଆଡଭାନୀ ନୁହେଁ, ବରଂ ଜଣେ ନୂଆ ତାରକାଙ୍କ ନାଁ ଉପରେ ମୋହର ବାଜିଥିବା ଜଣାପଡ଼ିଛି।

ମଧୁବାଲା, ଯାହାଙ୍କୁ ଭାରତୀୟ ସିନେମାର ସବୁଠାରୁ ଆକର୍ଷଣୀୟ ନାୟିକା କୁହାଯାଏ। ତାଙ୍କ ଜୀବନର ରହସ୍ୟ ଏବଂ ସଫଳତାକୁ ବଡ଼ ପରଦାରେ ଦର୍ଶାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମାଷ୍ଟର ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ। ପୂର୍ବରୁ କିଆରା ଆଡଭାନୀ ଏହି ରୋଲ୍ କରିବେ ବୋଲି ଶୁଣାଯାଉଥିଲା, କିନ୍ତୁ ଏବେ ଚର୍ଚ୍ଚା ହେଉଛି ଅନୀତ ପଡ୍ଡାଙ୍କୁ (Aneet Padda) ନେଇ । ଫିଲ୍ମ ‘ସୈୟାରା’ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୀତଙ୍କୁ ଏହି ଭୂମିକା ପାଇଁ ଚୟନ କରାଯାଇଛି ବୋଲି କୁହାଯାଉଛି ।

ଅନୀତ ନିକଟରେ ୟଶରାଜ ଫିଲ୍ମସର ‘ସୈୟାରା’ରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ବର୍ତ୍ତମାନ ସେ ମ୍ୟାଡକ ହରର ୟୁନିଭର୍ସର ‘ଶକ୍ତି ଶାଳିନୀ’ ପାଇଁ ସୁଟିଂ କରୁଥିବା ବେଳେ, ମଧୁବାଲାଙ୍କ ବାୟୋପିକ୍ ତାଙ୍କ କ୍ୟାରିୟର ପାଇଁ ଏକ ମାଇଲଖୁଣ୍ଟ ସାଜିବ। ଭଂସାଲୀଙ୍କ ଭିଜନରେ ମଧୁବାଲାଙ୍କ ଶାନଦାର ସିନେମା ଯାତ୍ରା ସହ ତାଙ୍କ ବ୍ୟକ୍ତିଗତ ଜୀବନର ଅକୁହା ଯନ୍ତ୍ରଣାକୁ ମଧ୍ୟ ସ୍ଥାନ ଦିଆଯିବ।

ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ନିର୍ମାତାମାନେ ଏବେ ବି ଅନ୍ୟ କଳାକାରଙ୍କ ନାଁ ଗୁପ୍ତ ରଖିଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ପ୍ରୋଜେକ୍ଟକୁ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ। ମଧୁବାଲାଙ୍କ ଭଳି ଜଣେ କାଳଜୟୀ ଅଭିନେତ୍ରୀଙ୍କ ଭୂମିକାରେ ଅନୀତ ପଡ୍ଡା କେତେଦୂର ସଫଳ ହେଉଛନ୍ତି, ତାହା ଦେଖିବାକୁ ଦର୍ଶକ ବେଶ୍ ଉତ୍ସାହିତ।

Leave A Reply

Your email address will not be published.