Latest Odisha News

BREAKING NEWS

Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରିକଲା ଶାସକ ବିଜେପି । ଦୁଇ ଧାଡ଼ିର ହ୍ୱିପ ଜାରି କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ । ଆସନ୍ତା ୧୬ ତାରିଖ ଅର୍ଥାତ ରାଜ୍ୟସଭା ନିର୍ବାଚନ ଦିନ ସମସ୍ତ ବିଜେପି ବିଧାୟକ ମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ପାଇଁ ଆଉ ୨ ଦିନ ବାକି ଥିବା ବେଳେ ବିରୋଧୀଙ୍କୁ ଘାରିଛି ଘୋଡ଼ା ବେପାର ଭୟ । କ୍ରସ୍ ଭୋଟିଂ ଡରରେ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ସବୁ ଦଳ ପ୍ଲାନ ପ୍ରସୁତ କରିଛନ୍ତି । ବେଙ୍ଗାଲୁରୁର ଏକ ତାରକା ହୋଟେଲରେ ଅଛନ୍ତି କଂଗ୍ରେସର ୮ ଜଣ ବିଧାୟକ । ସେମାନଙ୍କ ଭିତରେ ଅଛନ୍ତି ରାଜନ ଏକ୍କା ସତ୍ୟଜିତ ଗମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉଁଟା, ନୀଳ ମାଧବ ହିକକା, ଅଶୋକ ଦାସ, ଆପାଲା ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ । ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି । ସେମାନଙ୍କ ଉପରେ ନଜର ରଖିଛି ଦଳ ।

ବିଜେଡି ଶିବିରରେ ମଧ୍ୟ କ୍ରସ୍ ଭୋଟିଂ ଡର ଲାଗିରହିଛି । ଅସନ୍ତୁଷ୍ଟଙ୍କୁ ମନେଇବାକୁ ନବୀନ ନିବାସରେ କସରତ ଚାଲିଛି । ଦଳ ତରଫରୁ ହ୍ବିପ୍ ଜାରି ହୋଇଛି ଭୁବନେଶ୍ବର ନଛାଡିବାକୁ । ତା ସତ୍ତ୍ବେ ବି ବିଧାୟକଙ୍କ ଉପରେ ଭରସା କରିପାରୁ ନାହାନ୍ତି ନବୀନ । ତେଣୁ ସେ ବିଧାୟକଙ୍କ ଟଚ୍ ରେ ରହିଛନ୍ତି ।

Leave A Reply

Your email address will not be published.