ଭୁବନେଶ୍ୱର: ମହିଳା ସିନିୟର ଆନ୍ତଃଜୋନ ମଲ୍ଟି ଡେ ଟ୍ରଫି କ୍ରିକେଟ ପାଇଁ ପୂର୍ବାଂଚଳ ଦଳର ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡିଶାର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ମାଧୁରୀ ମେହେଟ୍ଟା, ସରିତା ମେହେର, ସୁଶ୍ରୀ ଦିବ୍ୟଦର୍ଶନୀ ଓ ରୀମା ଲକ୍ଷ୍ମୀ ଏକ୍କା । ନିକଟରେ ମହିଳା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ଟ୍ରଫି ପାଇଁ ସୁଯୋଗ ମିଳିଛି । ଓଡିଶା ବ୍ୟତୀତ ବେଙ୍ଗଲରୁ ୪, ଝାରଖଣ୍ଡରୁ ୩, ଆସାମରୁ ୨ ଏବଂ ବିହାର ଓ ତ୍ରିପୁରାରୁ ଜଣେ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି ।
ସାଇକା ଈଶକ ଅଧିନାୟିକା ଦାୟିତ୍ୱ ତୁଲାଇବେ । ଓଡିଶାର ମଧୂସ୍ମିତା ବେହେରାଙ୍କୁ ଦଳର ସହକାରୀ କୋଚ ଭାବେ ନିଯୁକ୍ତ କରାଯାଇଛି ।
ପୂର୍ବାଂଚଳ ଦଳ: ସାଇକା ଈଶକ(ଅଧିନାୟିକା), ବିଦିଶା ଦେ, ମିତା ପଲ, ତନୂଶ୍ରୀ ସର୍କାର, ସରିତା ମେହେର, ସୁଶ୍ରୀ ଦିବ୍ୟଦର୍ଶନୀ, ମାଧୂରୀ ମେହେର, ରୀମା ଲକ୍ଷ୍ମୀ ଏକ୍କା, ଦେବଯାନୀ ପ୍ରସାଦ, କୁମାରୀ ମେଘା, ପ୍ରିୟଙ୍କା ଲୁଥରା, ଅପୂର୍ବ କୁମାରୀ, ଜିନ୍ତିମଣି କଲିତା, ଗାୟତ୍ରୀ ଗୌରାଙ୍ଗ ଓ ମୋଚିଟ୍ଟେ ଦେବନାଥ ।