Latest Odisha News

BREAKING NEWS

Odia movie Kangula: ଏହି ଦିନ ରିଲିଜ ହେବ ଫିଲ୍ମ ‘କାଙ୍ଗୁଲା’;ଅନୁଗୁଳର କାଙ୍ଗୁଲା ଗାଁର ଦଣ୍ଡନାଚ ପରମ୍ପରାକୁ ନେଇ…

ଭୁବନେଶ୍ବର: ଆସୁଛି ଓଡ଼ିଆ ଫିଲ୍ମ ‘କାଙ୍ଗୁଲା’। ଦର୍ଶକମାନେ ଦଣ୍ଡନାଚ ପରମ୍ପରା ଓ ମେରୁ ଯାତ୍ରାର ଅକୁହା ଗାଥା ଦେଖିବେ । ମା କାଳୀଙ୍କ ଦଣ୍ଡ ନାଚକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି । ଅନୁଗୁଳର କାଙ୍ଗୁଲା ଗାଁ ର ମା କାଳୀଙ୍କ ପ୍ରସିଦ୍ଧ ମେରୁ ଜାତର ସୁନ୍ଦର ଏକ ନୃତ୍ୟ ପରମ୍ପରାକୁ ଏଥିରେ ଦର୍ଶା ଯାଇଛି ।

ଭୁବନେଶ୍ୱରର ମଞ୍ଚେଶ୍ବର ପିପୁଲ ରେଷ୍ଟୁରାଣ୍ଟରେ ଏହାର ଟିଜର ସହ ଶୁଭମୁକ୍ତି ତାରିଖ ଘୋଷଣା ହୋଇଛି । ତେବେ ୨୪ ଏପ୍ରିଲ ରେ ବଡ ପରଦାକୁ ଆସିବ ବୋଲି ଫିଲ୍ମର ପ୍ରଯୋଜନା ଟିମ ଘୋଷଣା କରିଛନ୍ତି ।

ବିଶ୍ୱାସ,ପରମ୍ପରା ଓ ଆଧ୍ୟାତ୍ମିକ ଭାବନାକୁ ନେଇ ଚଳଚିତ୍ର ଗତିଶୀଳ ହୋଇଥିବା ଭିନ୍ନ ଏହି ମୌଳିକ କାହାଣୀ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି କହିଚନ୍ତି ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ କହିଛନ୍ତି । ସତ୍ୟନାରାୟଣ ପ୍ରଡକ୍ସନ୍ସ ଏବଂ ସମ୍ବିତ ଆଚାର୍ଯ୍ୟ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଶ୍ୱିନ ତ୍ରିପାଠୀ ଦେଇଥିଲା ବେଳେ ସଙ୍ଗୀତ ଦାୟିତ୍ୱରେ ରହିଛନ୍ତି ବୈଦ୍ୟନାଥ ଦାଶ, ଜେଏନ୍ ପଦ୍ମା ଏବଂ ସୁମିତ ଦୀକ୍ଷିତ ।

ଏଥିରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ମୁଖ୍ୟ ଭୂମିକାରେ ଥିବା ବେଳେ ସୂର୍ଯ୍ୟମୟୀ ତାଙ୍କ ବିପକ୍ଷରେ ରହିଛନ୍ତି । ଦୁଇଜଣଙ୍କ ଯୋଡି ପ୍ରଥମ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିବ । ଏଥିରେ ସମ୍ବିତ ଓ ସୂର୍ଯ୍ୟମୟୀଙ୍କ ବ୍ୟତୀତ ଅଭିଷେକ ଗିରି, ସୁଶାନ୍ତ ଦାସ ମହାପାତ୍ର, ଶ୍ରୀତମ ଦାସ, ପୁପିନ୍ଦର ,ନବପ୍ରୀତ, ପ୍ରଦ୍ୟୁମ୍ନ ଲେଙ୍କା, ଚେତନା ,ଦଳି ଅପା ଓ ଭକ୍ତି ଅଭିନୟ କରିଛନ୍ତି ।

ଫିଲ୍ମର କାହାଣୀରେ ଦିଗହରା ଯୁବକ ଟିଏ ଗାଁର ଅଧିଷ୍ଠାତ୍ରୀ ଦେବୀ କାଙ୍ଗୁଲା ମା’ଙ୍କ ଦଣ୍ଡ ନୃତ୍ୟ କରି କିଭଳି ଈଶ୍ୱରଙ୍କ ପ୍ରତି ଥିବା ଆସ୍ଥାକୁ ପ୍ରତିପାଦିତ କରୁଛି ଆଉ ଏହି ନୃତ୍ୟ ହିଁ ତା ଜୀବନକୁ କିଭଳି ପରିବର୍ତ୍ତିତ କରୁଛି ତାର ଏକ ସୁନ୍ଦର କାହାଣୀ । ପରବର୍ତ୍ତୀ ମୁହୁର୍ତ୍ତରେ ସେହି ନୃତ୍ୟ ପରମ୍ପରାକୁ ହିଁ ଜୀବନର ବ୍ରତୀ ଭାବିବା ସହ ପରମ୍ପରାର ଏହି ନୃତ୍ୟର ପ୍ରଚାର ଯୁବକ କିଭକି କରୁଛି
ଫିଲ୍ମରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.