Latest Odisha News

BREAKING NEWS

ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଗୀତକୁ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ । ଚୈତ୍ର ନବରାତ୍ରୀ ଉପଲକ୍ଷେ ‘ଦୁର୍ଗତି ନାଶିନୀ ମା’ର ୟୁଟ୍ୟୁବ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ଗାଇଛନ୍ତି ଓଡିଆ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ ।

ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍‌ରେ ଏକ ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍‌ ଲିଙ୍କ୍ ସେୟାର କରିଛନ୍ତି । ଗୀତର ନାଁ ରହିଛି ଦୁର୍ଗତିନାଶିନୀ ମାଆ ।

ମୋଦି ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ମାଆଙ୍କର ଭକ୍ତିରେ ବିରାଟ ଶକ୍ତି ରହିଛି। ଦେବୀ ମାଆଙ୍କ ବନ୍ଦନାରେ ସ୍ରଦ୍ଧାଳୁଙ୍କ ମନ ସକାରାତ୍ମକ ଉର୍ଜାରେ ଭରିଯାଏ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.