Latest Odisha News

କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କଲା ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬-୨୭ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ମଧ୍ୟରେ ଗାଭାସ୍କର-ବର୍ଡର ଟ୍ରଫି ରହିଛି । ଜାନୁୟାରୀ ୨୦୨୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଅଷ୍ଟ୍ରେଲିଆ ୧୪ ସପ୍ତାହ ମଧ୍ୟରେ ୧୦ଟି ଟେଷ୍ଟ ମ୍ୟାଚ ଖେଳିବ । ଅଷ୍ଟ୍ରେଲିଆ ତାର ଘରୋଇ ସିରିଜ ଅଗଷ୍ଟ ୨୦୨୬ ବାଂଲାଦେଶ ବିପକ୍ଷରେ ଆରମ୍ଭ କରିବ । ଏହି ସିରିଜରେ ୨ଟି ଟେଷ୍ଟ ଖେଳାଯିବ । ଅକ୍ଟୋବରର ଅଷ୍ଟ୍ରେଲିଆ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଖେଳିବ ।

ଡିସେମ୍ବର-ଜାନୁୟାରୀ ମଧ୍ୟରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ଟେଷ୍ଟ ଖେଳାଯିବ । ୨୦୨୭ ଆରମ୍ଭରେ ଅଷ୍ଟ୍ରେଲିଆ ଟିମ ଭାରତ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ମାର୍ଚ୍ଚ ୧୧ରୁ ୧୫ ମଧ୍ୟରେ ୧୫୦ତମ ଜନ୍ମ ବାର୍ଷିକ ଅବସରରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟ ଖେଳାଯିବ । ଏହା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଅଷ୍ଟ୍ରେଲିଆ ଉନ୍ନୀତ ହେଲେ ଇଂଲଣ୍ଡରେ ମ୍ୟାଚ ଖେଳିବ ।

Leave A Reply

Your email address will not be published.