ନୂଆଦିଲ୍ଲୀ/ମୁମ୍ବାଇ: ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ ‘କ୍ୟାପିଂ’ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଯାତ୍ରାର ଅସ୍ଥାୟୀ ଭଡ଼ା ସୀମା ଉଠାଇବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ସୋମବାର, ୨୩ ମାର୍ଚ୍ଚ, ୨୦୨୬ ଠାରୁ କାର୍ଯ୍ୟକାରୀ ହେବ। ଇଣ୍ଡିଗୋ ସଙ୍କଟ ପରେ ଏୟାରଲାଇନ୍ସଗୁଡ଼ିକର କାର୍ଯ୍ୟ ଏବଂ ବିମାନ ଚଳାଚଳ
ନୂଆଦିଲ୍ଲୀ/ମୁମ୍ବାଇ: ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ ‘କ୍ୟାପିଂ’ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ନିର୍ଦ୍ଦିଷ୍ଟ ବିମାନ କମ୍ପାନୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଯାତ୍ରାର ଅସ୍ଥାୟୀ ଭଡ଼ା ସୀମା ଉଠାଇବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ସୋମବାର, ୨୩ ମାର୍ଚ୍ଚ, ୨୦୨୬ ଠାରୁ କାର୍ଯ୍ୟକାରୀ ହେବ। ଇଣ୍ଡିଗୋ ସଙ୍କଟ ପରେ ଏୟାରଲାଇନ୍ସଗୁଡ଼ିକର କାର୍ଯ୍ୟ ଏବଂ ବିମାନ ଚଳାଚଳ ସ୍ୱାଭାବିକକୁ ଫେରିବା ସମୀକ୍ଷା କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏବେ ବଡ଼ ପ୍ରଶ୍ନ ହେଉଛି ଘରୋଇ ଭଡ଼ା ପୁଣି ଥରେ ବୃଦ୍ଧି ପାଇବ କି ନାହିଁ। ରିପୋର୍ଟ କରାଯାଉଛି ଯେ ସରକାର ଭଡ଼ା ଉପରେ ନଜର ରଖିବେ। ବଜାର ଏବଂ ଚାହିଦା ଆଧାରରେ ବିମାନ ଭଡ଼ା ନିର୍ଣ୍ଣୟ କରାଯିବ, କିନ୍ତୁ ଏୟାରଲାଇନ୍ସମାନେ ମନଇଚ୍ଛା କାର୍ଯ୍ୟ କରିପାରିବେ ନାହିଁ।
ଡିସେମ୍ବର ୬ ତାରିଖରେ ଇଣ୍ଡିଗୋ ଏୟାରଲାଇନ୍ସରେ ସଙ୍କଟ ଅନେକ ଉଡ଼ାଣକୁ ବାଧାପ୍ରାପ୍ତ କରିଥିଲା, ଯାହା ଫଳରେ ବିମାନର ଅଭାବ ଦେଖାଦେଇଥିଲା ଏବଂ ଟିକେଟ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଥିଲା। ଏହି ସମୟରେ ଯାତ୍ରୀମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ସରକାର କ୍ୟାପିଂ କରିଥିଲେ। ଏହାକୁ ରୋକିବା ପାଇଁ ସରକାର ଭଡ଼ା ଉପରେ ଏକ ଉପର ସୀମା ସ୍ଥିର କରିଥିଲେ। ସର୍ବାଧିକ ଭଡା ୧୮ ହଜାରରେ ସୀମିତ ରଖିଥିଲେ। ଏବେ ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ବିମାନଗୁଡ଼ିକ ସ୍ୱାଭାବିକ ହୋଇଛି, ସରକାର ଏହି କଟକଣା ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପଶ୍ଚିମ ଏସିଆରେ ସଂଘର୍ଷ, ତା ଭିତରେ ଇନ୍ଧନର ମୂଲ୍ୟ ବୃଦ୍ଧି ଏବଂ ବିମାନ କମ୍ପୀନୀ ଗୁଡିକର ଆର୍ଥିକ ଚାପକୁ ଆଖି ଆଗରେ ରଖି ସରକାର ଏ କଟକଣାକୁ ହଟେଇ ନେଇଛନ୍ତି। ଯାହା ଫଳରେ ବିମାନ ଟିକେଟ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି।
ଯଦିଓ ଭଡ଼ା କଟକଣା ଉଠାଇ ଦିଆଯାଇଛି, ମନ୍ତ୍ରଣାଳୟ ପକ୍ଷରୁ ମନଇଚ୍ଛା ଭଡ଼ା ଆଦାୟ କରିବା ବିରୁଦ୍ଧରେ ବିମାନ କମ୍ପାନୀଗୁଡ଼ିକୁ ଚେତାବନୀ ଦିଆଯାଇଛି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିମାନ କମ୍ପାନୀଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ପଡିବ ଏବଂ ଯୁକ୍ତିଯୁକ୍ତ ଓ ସ୍ୱଚ୍ଛ ଭଡ଼ା ବଜାୟ ରଖିବାକୁ ପଡିବ। ପର୍ବପର୍ବାଣୀ, ଅଧିକ ଚାହିଦା କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଅତ୍ୟଧିକ ଭଡ଼ା ବୃଦ୍ଧିକୁ ବରଦାସ୍ତ କରାଯିବ ନାହିଁ। ଯଦି ବିମାନ କମ୍ପାନୀଗୁଡ଼ିକ ଅଯଥାରେ ମୂଲ୍ୟ ବୃଦ୍ଧି କରନ୍ତି, ତେବେ ସରକାର ଏହାକୁ ଗମ୍ଭୀରତାର ସହ ନେବେ।