Latest Odisha News

BREAKING NEWS

ଦଳା ଚକଟାରେ ମୃତ୍ୟୁବରଣ କରିଥିବା ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବ କେଏସସିଏ

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ କର୍ଣ୍ଣାଟକ କ୍ରିକେଟ ଆସୋସିଏଶନ ଏକ ବଡ ପଦକ୍ଷେପ ନେଇଛନ୍ତି । ଗତ ସଂସ୍କରଣରେ ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ପ୍ରଶଂସକ ଯୋଗ ଦେଇଥିଲେ । ଦଳାଚକାଟା ପରିସ୍ଥିତି ଉପୁଜିଥିଲା ଏବଂ ୧୧ ଲୋକ ମୃତ୍ୟୁବରଣ କରିଥିଲେ । ଏବେ ଆରସିବି ଓ କେଏସସିଏ ମୃତ୍ୟୁବରଣ କରିଥିବା ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବ । ଷ୍ଟାଡିୟମରେ ସେମାନଙ୍କ ସ୍ମୃତି ପାଇଁ ୧୧ଟି ସିଟ ଖାଲି ରହିବ । ଏହାକୁ କେବେ ବିକ୍ରି କରାଯିବ ନାହିଁ । ଷ୍ଟାଡିୟମ ବାହାରେ ଏକ ମେମୋରିଆଲ ପ୍ଲକ ଲଗାଯିବ ।

ଏହି ଘଟଣା ପରେ ଷ୍ଟାଡିୟମରେ ମ୍ୟାଚ ଆୟୋଜନ ନେଇ କଟକଣା ଲଗା ଯାଇଥିଲା । ଏଥିଯୋଗୁ ଆଇସିସି ମହିଳା ବିଶ୍ୱକପ୨୦୨୫ ବେଙ୍ଗାଲୁର ବଦଳରେ ନଭି ମୁମ୍ବାଇରେ କରାଯାଇଥିଲା । ଏବେ ଏଠାରେ ମ୍ୟାଚ ଆୟୋଜନ ନେଇ ଅନୁମତି ପ୍ରଦାନ କରାଯାଇଛି । ଯାହା ପ୍ରଶଂସକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ମାର୍ଚ୍ଚ ୨୮ରେ ଆରସିବି ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଗତ ସଂସ୍କରଣରେ ଆରସିବି ୬ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.