ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରୁ ବିବାଦୀୟ ପେସ ବୋଲର ୟଶ ଦୟାଲ ଓହରି ଯାଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଙ୍ଗଳବାର ଏହା ସ୍ପଷ୍ଟ କରିଛି । ସେ ଏଥର ଆରସିବି ପକ୍ଷରୁ ପଡିଆକୁ ଓହ୍ଲାଇବେ ନାହିଁ, ତେବେ ତାଙ୍କ କଂଟ୍ରାକ୍ଟ ବଳବତର ରହିଛି ବୋଲି ଫ୍ରାଂଚାଇଜର ପକ୍ଷରୁ ସ୍ପଷ୍ଟ କରାଯାଇଛି । ୟଶ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜେ ଓହରି ଯାଇଛନ୍ତି । ବେଙ୍ଗାଲୁର ଏଥର ତାଙ୍କୁ ୫ କୋଟି ଟଙ୍କାରେ ରିଟେନ କରିଥିଲା । ଆରସିବି ଟ୍ରେନିଂ କ୍ୟାମ୍ପରେ ମଧ୍ୟ ସେ ଯୋଗ ଦେଇ ନ ଥିଲେ । ସୂଚନାଯୋଗ୍ୟ, ୟଶଙ୍କ ବିରୋଧରେ ୨ଟି ଗମ୍ଭୀର ଅପରାଧୀକ ମାମଲା ରୁଜୁ ହୋଇଛି ।
ଜୁଲାଇ ୨୦୨୫ରେ ଗାଜିଆବାଦରେ ଜଣେ ମହିଳା ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ । ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ସମ୍ପର୍କରେ ରହିବା ପରେ ସେ ଏଥିରୁ ଓହରି ଯାଇଥିଲେ । ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ମହିଳାଜଣଙ୍କ ଉଲ୍ଲେଖ କରିଛନ୍ତି । କିଛି ଦିନ ତଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୨୦୨୩ ପରଠାରୁ ସେ ତାଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ।