ଭୁବନେଶ୍ୱର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବ। ପରୀକ୍ଷା ସରିବା ମାତ୍ରେ ଖାତା ଦେଖି ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ଅଣ୍ଟା ଭିଡି଼ଛି ସିଏସ୍ଏସ୍ଇ। ସିଏଚ୍ଏସ୍ ଇର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ। ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବ। ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ।
୨ଟି ପର୍ଯ୍ୟାୟରେ ଦେଖା ହେବ ଖାତା ଏପ୍ରିଲ ୨ରୁ ୧୩ ପ୍ରଥମ ପର୍ଯ୍ୟାୟ, ୧୫ରୁ ୨୮ ଦ୍ବିତୀୟ ପର୍ଯ୍ୟାୟ ୧୫୧ ମୂଲ୍ୟାୟନ କେନ୍ଦ୍ର, ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନ୍ଲାଇନ୍ରେ ଦେଖା ହେବ। ଆସନ୍ତା ଏପ୍ରିଲ୍ ୨ରୁ ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ହେବ । ଏପ୍ରିଲ୍ ୧୫ରୁ ୨୮ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ହେବ।
ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ୮ ହଜାର ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ ୮ ହଜାର ଅଧ୍ୟାପକ ମୂଲ୍ୟାୟନ ପାଇଁ ନିୟୋଜିତ ହେବେ । ମୋଟ ୧୬ ହଜାର ଶିକ୍ଷକ ଖାତା ଦେଖା ପାଇଁ ନିୟୋଜିତ ହେବେ। ଏଥିପାଇଁ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ କରାଯାଉଛି। ମୋଟ୍ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ । ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ରହିବ । ଖରାକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ। ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ସିଏଚ୍ଏସ୍ଇ ।
BREAKING NEWS
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ
- ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର
- ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ
- ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ

Comments are closed.