ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୈତ୍ର ନବରାତ୍ରି ଅବସରରେ ମା କାଳରାତ୍ରୀଙ୍କ ପୂଜା-ଅର୍ଚ୍ଚନା କରି ଦେଶବାସୀଙ୍କ ସୁଖ-ସମୃଦ୍ଧି ପାଇଁ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ସଂସ୍କୃତ ଶ୍ଲୋକ ସେୟାର କରି ମା କାଳରାତ୍ରୀଙ୍କ ମହିମା ବର୍ଣ୍ଣନା କରିଛନ୍ତି।
ସେ ଲେଖିଛନ୍ତି ଯେ ମା କାଳରାତ୍ରୀଙ୍କ ରୂପ ଭୟକୁ ନାଶ କରୁଥିବା ଓ ସେ ନିଜ ଭକ୍ତମାନଙ୍କୁ ସୁରକ୍ଷା ଦେଇଥାନ୍ତି।
ପ୍ରଧାନମନ୍ତ୍ରୀ ଏହି ଶ୍ଲୋକଟି ସେୟାର କରିଛନ୍ତି— “ବାମପାଦୋଲ୍ଲସଲ୍ଲୋହଲତାକଣ୍ଟକଭୂଷଣା। ବର୍ଧନ୍ମୂର୍ଧଧ୍ୱଜା କୃଷ୍ଣା
କାଳରାତ୍ରିର୍ଭୟଙ୍କରୀ॥”
ଏହାର ଅର୍ଥ ହେଉଛି ଯେ ମା କାଳରାତ୍ରୀଙ୍କ ରୂପ ଅତ୍ୟନ୍ତ ଭୟଙ୍କର ଓ ପ୍ରଭାବଶାଳୀ। ତାଙ୍କ ବାମ ପାଦରେ ଚମକୁଥିବା ଲୋହାର ଶୃଙ୍ଖଳ ଓ କାଣ୍ଟା ସଦୃଶ ଆଭୂଷଣ ଶୋଭା ପାଉଛି। ତାଙ୍କ ମୁଣ୍ଡରେ ଉଚ୍ଚ ଧ୍ୱଜ ବିରାଜମାନ ଅଛି ଏବଂ ତାଙ୍କର ବର୍ଣ୍ଣ କୃଷ୍ଣ (ଅତ୍ୟନ୍ତ କଳା) ଅଟେ। ସେ ଦେଖିବାକୁ ଭୟଙ୍କର ଲାଗୁଥିବା ସତ୍ତ୍ୱେ ମଧ୍ୟ ନିଜ
ଭକ୍ତମାନଙ୍କ ସମସ୍ତ ଭୟ ଓ ସଙ୍କଟକୁ ଦୂର କରୁଥିବା ମାତୃଶକ୍ତି ଅଟନ୍ତି।
BREAKING NEWS
- Iran turns back Pakistan Ship: ଫେରିଗଲା ପାକିସ୍ତାନୀ ଜାହାଜ, ହରମୁଜ୍ ପ୍ରଣାଳୀ ପାର ହେବାକୁ ଅନୁମତି ଦେଲାନି ଇରାନ
- ସତ ହେଲା କିଙ୍ଗ୍ ଖାନଙ୍କ ଭବିଷ୍ୟବାଣୀ !
- ତିନି ବର୍ଷରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି 210 ଜଣ
- ବିରୋଧୀଙ୍କ ହାଙ୍ଗାମା ଯୋଗୁଁ ନଷ୍ଟ ହେଲାଣି 12 କୋଟି: ଆଇନ ମନ୍ତ୍ରୀ
- ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ
- ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ପ୍ରତିବାଦ କରୁଛି: ସରୋଜ ପ୍ରଧାନ
- ବିଜେଡିର କଳା ପୋଷାକ ପିନ୍ଧି ପ୍ରତିବାଦକୁ ନିନ୍ଦା କଲା ବିଜେପି
- ମାଆ କାଳରାତ୍ରୀଙ୍କ ନିକଟରେ ଦେଶର ସୁଖ ସମୃଦ୍ଧି କାମନା କଲେ ପିଏମ ମୋଦି
- Odisha Assembly Ruckus : ବିରୋଧୀଙ୍କ ବିକ୍ଷୋଭ, ଅଚଳ ଗୃହ; SCB ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ଥମୁନି ତାତି
- ଏପ୍ରିଲ୍ ୨ରୁ ଯୁକ୍ତ ଦୁଇ ଖାତା ଦେଖା, ମେ’ ରେ Result