ନୂଆଦିଲ୍ଲୀ: ଆଇପିଏଲ ୧୯ତମ ସଂସ୍କରଣରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଏହା ମଧ୍ୟରେ କେତେକ ଟିମ ଏକାଧିକ ଥର ଚାମ୍ପିୟନ ହୋଇଥିବା ବେଳେ ଅନ୍ୟ ଟିମ ଥରେ ବି ଟ୍ରଫି ହାତେଇ ପାରି ନାହାନ୍ତି । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏଁ ଟାଇଟଲ ଜିିତି ଆଗରେ ରହିଛନ୍ତି । କୋଲକାତା ନାଇଟ ରାଇଡର୍ସ ୨ଥର ଜିତିଛି । ସେହିପରି ରାଜସ୍ଥାନ ରୟାଲ୍ସ, ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟାନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଥରେ ଲେଖାଏଁ ଚାମ୍ପିୟନ ହୋଇଛନ୍ତି ।
ଏ ପର୍ଯ୍ୟନ୍ତ ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ଏ ପର୍ଯ୍ୟନ୍ତ ଟାଇଟଲ ଜିିତି ପାରି ନାହାନ୍ତି । ଲକ୍ଷ୍ନୌ ଟିମ ଏବେ ଆଇପିଏଲରେ ସାମିଲ ହୋଇଛି । ଅପରପକ୍ଷରେ ଦିଲ୍ଲୀ ଓ ଲକ୍ଷ୍ନୌ ଆରମ୍ଭରୁ ସାମିଲ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାମ୍ପିୟନ ହୋଇପାରି ନାହାନ୍ତି । ଏଥର ଆଇପିଏଲକୁ ନୂଆ ଚାମ୍ପିୟନ ମିଳୁଛି କି ନାହିଁ ତାହା ସମୟ କହିବ । ମେଗା ନିଲାମରେ ଉପରୋକ୍ତ ୩ଟି ଟିମ ଏକ ଶୃଙ୍ଖଳିତ ଦଳ ତିଆରି କରିଛନ୍ତି । ଯାହା ପ୍ରଶଂସକଙ୍କ ଆଶାକୁ ମଜଭୁତ କରିଛି ।