କଟକ: ଓଡିଶାର କ୍ରିକେଟପ୍ରେମୀଙ୍କ ପାଇଁ ଖୁସୀ ଖବର । ପୂନର୍ବାର ବାରବାଟୀକୁ ଫେରୁଛି କ୍ରିକେଟ । ଡିସେମ୍ବର ୨୪ରେ ଏଠାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ମ୍ୟାଚ ଆୟୋଜିତ ହେବ । ବିିସିସିଆଇ ୨୦୨୬-୨୭ ଘରୋଇ ସିଜନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଟିମ ଭାରତ ଗସ୍ତରେ ଆସିବେ । ଏହା ମଧ୍ୟରେ ଭାରତ ୨୨ଟି ମ୍ୟାଚ ଖେଳିବ । ୧୭ଟି ସହରରେ ଆନ୍ତର୍ଜାତୀୟ ମ୍ୟାଚଗୁଡିକ ଆୟୋଜିତ ହେବ । ଶ୍ରୀଲଙ୍କା ଟିମ ଭାରତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ଦିନିକିଆ ମ୍ୟାଚଗୁଡିକ ଦିଲ୍ଲୀ, ବେଙ୍ଗାଲୁର ଓ ଅହମ୍ମଦାବାଦରେ ଖେଳାଯିବ । ସେହିପରି ଟି୨୦ ମ୍ୟାଚ ରାଜକୋଟ, କଟକ ଓ ପୁଣେରେ ଆୟୋଜିତ ହେବ ।
ଟିମ ଇଣ୍ଡିଆର ଘରୋଇ ସିଜନ ୱେଷ୍ଟଇଣ୍ଡିଜ ସହ ଆରମ୍ଭ ହେବ । ଏହା ସେପ୍ଟମ୍ବର ୨୭ରୁ ଆରମ୍ଭ ହେବେ । ଉଭୟ ଦେଶ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ତିରୁବନ୍ତପୂରମ, ଗୌହାଟୀ ଏବଂ ନ୍ୟୁ ଚଣ୍ଡୀଗଡରେ ଦିନିକିଆ ଓ ଲକ୍ଷ୍ନୌ, ରାଂଚୀ, ଇନ୍ଦୋର, ହାଇଦ୍ରାବାଦ, ବେଙ୍ଗାଲୁରରେ ଟି୨୦ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ଟିମ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗତ ବର୍ଷ ଜାନୁୟାରୀରେ ଭାରତ ଆସିବ ।