Latest Odisha News

BREAKING NEWS

ପୋଲିସ ଆଗରେ ଆତ୍ମସମର୍ପଣ କଲେ ୬ ମାଓବାଦୀ

ମାଲକାନଗିରି: ପୋଲିସ ଆଗରେ ଆତ୍ମସମର୍ପଣ କଲେ ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ ଜଙ୍ଗଲରେ ରହି ହିଂସା ଘଟାଉଥିବା ରାଜନନ୍ଦଗାଓ ଓ କାଙ୍କେର ଡିଭିଜନ କମିଟିର ୬ଜଣ ନକ୍ସଲ ସଦସ୍ୟ । ଜଙ୍ଗଲରେ ଥିବା ନକ୍ସଲ ନିଜେ ନିଜର ଅସ୍ତ୍ରଶସ୍ତ୍ର ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ହେଲେ ଏସିଏମ ମଙ୍ଗେଶ ପଡିଆମି,ଏସିଏମ ଗଣେଶ ଵିକେ, ଏସିଏମ ମଙ୍ଗଲି ଜୁରୀ, ଏସିଏମ ହିଡମେ ମାରକାମ, ଏସିଏଣ ରାଜେ ଏବଂ ପିପିସିଏମ ସଦସ୍ୟ ସ୍ବରୂପା ଉସେଣ୍ଡି । ଏମାନେ ଗୋଟିଏ ଏସଏଲଆର, ୩ଟି ୩୦୩ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ।

ନକ୍ସଲ ସରକାରଙ୍କର ଲଗାତାର ଅପରେସନ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରୁଥିବା କୁହାଯାଇଛି । କାଙ୍କେର ଜିଲ୍ଲା ପୋଲିସ ତରଫରୁ ସମସ୍ତ ଆତ୍ମସମର୍ପଣକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.