ଢ଼ାକା: ବାଂଲାଦେଶର ନୂଆ ସରକାର ଶନିବାର ଏକ ବଡ ନିଷ୍ପତି ନେଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାହୀର ଉଦ୍ଦୀନ ସ୍ୱାପନ ଆଇପିଏଲ ପ୍ରସାରଣ ଉପରୁ ବ୍ୟାନ ହଟେଇ ଦେଇଛନ୍ତି । ଖେଳକୁ ରାଜନୀତି ସହିତ ଯୋଡିବା ଠିକ ନୁହେଁ ବୋଲି ସେ କହିଛନ୍ତି । ପ୍ରସାରଣ ପାଇଁ ଆମେ ଅବଶ୍ୟ କୌଣସି ଚ୍ୟାନେଲ ସହିତ ଯୋଗାଯୋଗ କରିନାହୁଁ । ଯଦି କୌଣସି ଚ୍ୟାନେଲ ଆବେଦନ କରିବେ ଆମେ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିବୁ ।
ଗତ ସରକାର ଭାରତ ସହ କୂଟନୀତି ସମ୍ପର୍କ ଖରାପ କରିଥିଲେ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଥିଲା । ଏହା ପରେ ଆଇପିଏଲରୁ ମୁସ୍ତାଫିଜୁର ରହେମାନଙ୍କୁ ବାହାର କରି ଦିଆଯାଇଥିଲା । କେକେଆର ତାଙ୍କୁ ଦଳରେ ନେଇଥିଲା । ଳଜବାବରେ ବାଂଲାଦେଶ ସରକାର ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଇଥିଲେ । ମାର୍ଚ୍ଚ ୨୮ରୁ ଆଇପିଏଲର ୧୯ତମ ସଂସ୍କରଣ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ଗତ ସଂସ୍କରଣର ଚାମ୍ପିୟନ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହୋଇଛି ।