Latest Odisha News

BREAKING NEWS

ସମସ୍ତଙ୍କ ପ୍ରିୟ ରାମୁ ହାତୀର କଙ୍କାଳ ଆଜି ଡିସ୍‌ପ୍ଲେ ହେବ…

ଭୁବନେଶ୍ୱର: ଆଜି ଡିସ୍‌ପ୍ଲେ ହେବ ରାମୁ କଙ୍କାଳ । ଚନ୍ଦକା ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରିରେ ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ । କବରରୁ ବାହାର କରାଯିବ ପରେ କଙ୍କାଳର ରାସାୟନିକ ପ୍ରକ୍ରିୟାକରଣ ସରିଛି । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଭରତପୁରରେ ୩୫ବର୍ଷ ପୂର୍ବେ ଏଠାରେ ଜନ୍ମ ନେଇଥିଲା ରାମୁ । ରାମୁ ଥିଲା ଏକ ବଳଶାଳୀ ହାତୀ ।

ଭରତପୁର ଜଙ୍ଗଲରୁ ବାହାରି ସେ ଲୋକଙ୍କ ପାଖ ଦେଇ ଯିବା ଆସିବା କରେ । ହେଲେ ଲୋକଙ୍କୁ କେବେ ଆକ୍ରମଣ ତ ଦୂରେ ଥାଉ, କେବେବି ଆଡ଼ ଆଖିରେ ଅନାଏ ନାହିଁ । ରାଜଧାନୀ ଉପକଣ୍ଠରେ ଜନବସତି ଭିତରେ ପଶି ଲୋକଙ୍କ ବାଡ଼ିବଗିଚା ନଷ୍ଟଭ୍ରଷ୍ଟ କରୁଥିଲେ ମଧ୍ୟ କେବେ ବି ଲୋକଙ୍କୁ ଆକ୍ରମଣ କରି ନଥିଲା । ତେଣୁ ‘ରାମୁ’ ବନ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ପ୍ରିୟ ଥିଲା ।

ଗତବର୍ଷ ଅଗଷ୍ଟ ୧୯ରେ ଭରତପୁର ଜଙ୍ଗଲ ଚୁନକୋଳି ବସ୍ତି ନିକଟରେ ବିଦ୍ୟୁତ୍ ଆଘାତରେ ରାମୁ ହାତୀର ମୃତ୍ୟୁ ଘଟିଥିଲା । ରାମୁ ହାତୀର କଙ୍କାଳ ସଂରକ୍ଷଣ କରି ରଖିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା । ପରେ କବର ଖୋଳାଯାଇ ରାମୁର କଙ୍କାଳ ଉଦ୍ଧାର କରାଯାଇଥିଲା । ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରୀରେ କଙ୍କାଳ ସବୁକୁ ଖଞ୍ଜାଯିବା ପରେ କେମିକାଲ ଦିଆଯାଇ ଏକ କାଚ ଘରେ ରଖାଯିବ । ରାମୁ ହାତୀର ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ।

Leave A Reply

Your email address will not be published.