Latest Odisha News

BREAKING NEWS

୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ । ବିଶେଷ କରି ଗାଡ଼ି ଚାଳକ ଏବଂ ଟ୍ୟାକ୍ସ ପେୟରଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । କାଲିଠାରୁ ଟୋଲ୍ ପ୍ଲାଜାରେ କ୍ୟାଶ୍ ଦେଇ ଆଉ ଗାଡ଼ି ପାର୍ କରିପାରିବେ ନାହିଁ । ସେହିପରି ଆଜି ଟ୍ୟାକ୍ସ ବଞ୍ଚାଇବା ପାଇଁ ଶେଷ ସୁଯୋଗ । କଣ ରହିଛି ପୁରା ଘଟଣା, ଦେଖନ୍ତୁ ଏହି ରିପୋର୍ଟ…

ବୁଧବାର ଠାରୁ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ । ଯଦି ଆପଣ ଟୋଲ୍ ଦେଇ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ନଗଦ ଟଙ୍କା କିମ୍ବା କ୍ୟାଶ୍ କାରବାର ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି । କେବଳ ଫାଷ୍ଟ୍ୟାଗ୍ କିମ୍ବା ୟୁପିଆଇ ମାଧ୍ୟମରେ ହିଁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ । ଯଦି ଆପଣଙ୍କ ଗାଡ଼ିରେ ଫାଷ୍ଟ୍ୟାଗ୍ ନାହିଁ, ତେବେ ଆପଣଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡ଼ିପାରେ କିମ୍ବା ଟୋଲ୍ ପ୍ଲାଜାରୁ ଫେରିବାକୁ ପଡ଼ିପାରେ । ତେଣୁ ଆଜି ରାତି ସୁଦ୍ଧା ନିଜର ଫାଷ୍ଟ୍ୟାଗ୍ ରିଚାର୍ଜ କରନ୍ତୁ କିମ୍ବା ୟୁପିଆଇ ସକ୍ରିୟ ଥିବା ନିଶ୍ଚିତ କରନ୍ତୁ ।

ସେହିପରି ଆଜି ଟ୍ୟାକ୍ସ ପେୟରଙ୍କ ପାଇଁ ଶେଷ ସୁଯୋଗ । ଆର୍ଥିକ ବର୍ଷର ଅନ୍ତିମ ଦିନ ହୋଇଥିବାରୁ ଟ୍ୟାକ୍ସ ବଞ୍ଚାଇବା ପାଇଁ ନିବେଶ କରିବାକୁ ଆଜି ଶେଷ ସୁଯୋଗ । ଯଦି ଆପଣ LIC, PPF କିମ୍ବା ଅନ୍ୟ କୌଣସି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ନିବେଶ କରନ୍ତୁ । ଆୟକରର ଧାରା ୮୦ସି (80C) ଅଧୀନରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ପାଇବାର ଏହା ହେଉଛି ଶେଷ ସୁଯୋଗ । ଏପ୍ରିଲ ୧ରୁ କରାଯାଇଥିବା ନିବେଶ ଆଗାମୀ ଆର୍ଥିକ ବର୍ଷ ପାଇଁ ଗଣାଯିବ । ତେଣୁ ଆଜି ହିଁ ନିଜର ନିବେଶ ସମ୍ବନ୍ଧୀୟ କାଗଜପତ୍ର ଅଫିସ୍‌ରେ ଜମା କରନ୍ତୁ । ଯଦି ଆପଣ ଆଜି ନିବେଶ ନ କରନ୍ତି, ତେବେ ଆପଣଙ୍କ ଦରମାରୁ TDS କଟାଯିବ ।

ଆଜି ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ LIC, PPF ଏବଂ ହେଲ୍ଥ ଇନ୍ସ୍ୟୁରେନ୍ସ ପରି ଯୋଜନାରେ ନିବେଶ କରି ଟ୍ୟାକ୍ସ ବଞ୍ଚାଇବା ପାଇଁ ଆଜି ରାତି ସୁଦ୍ଧା ସୁଯୋଗ ଅଛି । ବିଳମ୍ବ କଲେ ଆଗାମୀ ଆର୍ଥିକ ବର୍ଷ ପାଇଁ ଟ୍ୟାକ୍ସ ଦେୟ ବୃଦ୍ଧି ପାଇବ । ତେଣୁ ଆଜି ହିଁ ନିଜର ନିବେଶ କାର୍ଯ୍ୟ ଶେଷ କରନ୍ତୁ ।

Leave A Reply

Your email address will not be published.