ଗଜପତି: ଗଜପତି ଜିଲ୍ଲା ରା .ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ ବ୍ଲକ କିରାମା ଗ୍ରାମ ପଞ୍ଚାୟତର ବୁରିପଦର ଗାଁରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଓ ଦୁଇ ନିରପେକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଯାହାକୁ ନେଇ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ ହୋଇଛି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ପୋଲିସ ଜିଲ୍ଲାରେ ଗଞ୍ଜେଇ ମୁକ୍ତ ଅଭିଯାନ ଜାରି ରଖିଥିବା ବେଳେ ଗଜପତି ପୋଲିସକୁ ଏହି ସଫଳତା ମିଳିଛି ।
ହେଲେ ଚଢାଉ ବେଳେ ୩ ଜଣ ମାଫିଆଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନେ ଫେରାର ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି ।