Latest Odisha News

BREAKING NEWS

ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସମୀର ରିଜଭୀ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ବିସ୍ଫୋରକ ତଥା ମ୍ୟାଚ ବିଜୟୀ ଇନିଂସ ଖେଳି ଚର୍ଚ୍ଚାରେ ରହିଛନ୍ତି । ଏବେ ସମୀରଙ୍କ କ୍ରିକେଟ ବ୍ୟତୀତ ଅନ୍ୟ ଏକ କାରଣ ଯୋଗୁ ସୋସିଆଲ ମିଡିଆରେ ଟ୍ରେଣ୍ଡିଙ୍ଗରେ ରହିଛନ୍ତି । ରିପୋର୍ଟ ମୁତାବକ ସମୀର ଏବେ ମଡେଲ ତଥା କ୍ରିକେଟ ପ୍ରେଜେଂଟର ୟେଶା ସାଗରଙ୍କୁ ଡେଟ କରୁଛନ୍ତି । ଅବଶ୍ୟ ଏ ନେଇ ସମୀର କିମ୍ବା ୟେଶା କୌଣସି ବୟାନ ଦେଇ ନାହାନ୍ତି ।

ୟୁପିର ସମୀରଙ୍କୁ ୨୦୨୪ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୮.୪୦ କୋଟିରେ କିଣିଥିଲା । ଏହା ପୂର୍ବରୁ ତାଙ୍କୁ କେହି ଜାଣି ନ ଥିଲେ । ବର୍ଷକ ପରେ ଚେନ୍ନାଇ ତାଙ୍କୁ ରିଲିଜ କରି ଦେଇଥିଲା । ୨୦୨୫ରେ ଦିଲ୍ଲୀ ତାଙ୍କୁ ଟିମରେ ନେଇଥିଲା । ୨୦୨୫ ନିଲାମରେ ଦିଲ୍ଲୀ ତାଙ୍କୁ ୯୫ ଲକ୍ଷରେ ସାଇନ କରିଛି । ଦିଲ୍ଲୀ ମ୍ୟାଚଗୁଡିକରେ ୟେଶାଙ୍କୁ ଉପସ୍ଥିତି ଉପରୋକ୍ତ ଇଶାରା କରୁଛି । ରେଡିଟ ୟୁଜର୍ସ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା କହିବା ପରେ ଏବେ ଏହା ଆଲୋଚନାର କାରଣ ସାଜିଛି । ଅବଶ୍ୟ ଆଇପିଏଲ ଅବସରରେ ଅନେକ ପ୍ରେମ କାହାଣୀ କାଗଜ କଲମରେ ସୃଷ୍ଟି ହୋଇଥାଏ । ପରେ ଏହା ମିଥ୍ୟା ବୋଲି ଜଣା ପଡିଥାଏ ।

Leave A Reply

Your email address will not be published.