Latest Odisha News

BREAKING NEWS

Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର

ନୟାଗଡ:ନୂଆଗାଁ ଥାନା କୋରଡ଼ା ଗାଁରେ ଘରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ । ଜଣେ ନାବାଳକ ସମେତ ୬ ଜଣ ଗୁରୁତର । ତେବେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଗୁରୁତର ହୋଇଥିବା ୬ ଜଣ ହେଲେ ବାଣ କାରାଖାନା ମାଲିକ ହାଡିବନ୍ଧୁ ସେଠୀ, ହାଡିବନ୍ଧୁକ ପୁଅ ନବ ସେଠୀ, କୋରଡା ଅଞ୍ଚଳର ଶ୍ରମିକ ନିରଞ୍ଜନ ନାହାକ, ମୀନଗାଡିଆ ଅଞ୍ଚଳର ଶ୍ରମିକ ବାପୁନି ନାହାକ, ମନୋଜ ନାୟକ ଓ ଗଞ୍ଜାମ ଅଞ୍ଚଳର ନାବାଳକ ଅମିତ ସେଠୀ ।

ସୂଚନାଥାଉକି, ଦଶପଲ୍ଲାରେ ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ନିଜ ଘରେ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ବାଣ ଏତେ ଜୋରରେ ବିସ୍ଫୋରଣ ହେଇଥିଲା ଯେ ଚାରିପାଖରେ ଥିବା ଘର ସବୁକିଛି ଛାରଖାର ହୋଇଯାଇଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ଆସିଲା ବେଳକୁ ଅଞ୍ଚଳ ପୂରା କଳା ଧୂଆଁରେ ଆସ୍ତରଣ ପଡିଯାଇଥିଲା ।

Leave A Reply

Your email address will not be published.