Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ: ସାମୀଙ୍କ ପରେ ବରୁଣଙ୍କୁ ସୁଯୋଗ ନ ମିିଳିପାରେ

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ ଦଳ ଚୟନ ପାଇଁ ବିସିସିଆଇର ଚୟନ କମିଟି ଆଇପିଏଲ ୨୦୨୬ରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ପେସ ବୋଲର ମହମ୍ମଦ ସାମୀ ଏହି ଦଳରେ ସ୍ଥାନ ପାଇବା ସମ୍ଭାବନା ପ୍ରାୟତଃ କ୍ଷୀଣ । ସ୍ପିନର ବରୁଣ ଚକ୍ରବର୍ତିଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଇଥିଲେ ମଧ୍ୟ ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ପ୍ରଭାବିତ କରିପାରି ନାହାନ୍ତି । ସେ ବାରମ୍ବାର ବ୍ୟୟବହୂଳ ସାବ୍ୟସ୍ତ ହେଉଛନ୍ତି । କୋଲକାତା ନାଇଟ ରାଇଡର୍ସକୁ ୨୦୨୪ରେ ଚାମ୍ପିୟନ କରାଇବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ଆନ୍ତର୍ଜାତୀୟ ଟି୨୦ରେ ମଧ୍ୟ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଟି୨୦ ଫର୍ମାଟ ପରେ ସେ ଦିନିକିଆ ଦଳର ନିୟମିତ ସଦସ୍ୟ ହେବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଅବଶ୍ୟ ଆଗକୁ ଆଇପିଏଲରେ ଅନେକଗୁଡିଏ ମ୍ୟାଚ ଖେଳାଯିବାକୁ ଅଛି । ବରୁଣ ବିଶ୍ୱକପ ଖେଳିବା ସୁଯୋଗ କେବେ ହେଲେ ହାତଛଡା କରିବାକୁ ଚାହିଁବେ ନାହିଁ । ଆଗକୁ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.