ବାଲେଶ୍ବର:ନିଜ ମାଆକୁ ବିଷ ଦେଇ ହତ୍ୟା କଲା ପୁଅ । କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସପ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଏ ନେଇ ଅଭିଯୋଗ ଆଣିଛନ୍ତି ପୁତୁରା ଓ ନଣନ୍ଦ । ପରେ ହତ୍ୟାକାରୀ ପୁଅକୁ ଗଛରେ ବାନ୍ଧି ପିଟିଛନ୍ତି ଗ୍ରାମବାସୀ । ଖବରପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସବ ଗ୍ରାମର ପଦ୍ମାବତୀ ଦଳାଇ ଓ ପୁଅ ଲଷ୍ମୀକାନ୍ତ ଦଳାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ପଦ୍ମାବତୀଙ୍କ ପୁତୁରା କହିବା ଅନୁଯାୟୀ ଗତକାଲି ରାତିରେ ପୁଅ ମା’କୁ ମାଡ଼ ମାରି ଘର ବାହାରକୁ ବାହାର କରିଦେଇଥିଲା । ଆଜି ସକାଳେ ତାଙ୍କ ଶାଶୁ ଘରେ ଛାଡ଼ି ଆସିଥିଲେ। ଆଉ ଏହା ପରେ ଘର ବାହାରେ ଥିବା ମାଆଙ୍କୁ ବଳପୂର୍ବକ ବିଷ ଖୁଆଇଦେଇଥିଲେ। ଏଥିରେ କିଛି ସମୟ ପରେ ପଦ୍ମାବତୀଙ୍କର ମୃତ୍ୟୁ ହୋଇଥିଲା।
ତେବେ ଘଟଣା ଜାଣିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଲକ୍ଷ୍ମୀକାନ୍ତକୁ ଗଛରେ ବାନ୍ଧି ପିଟିଥିଲେ ଓ ପୋଲିସକୁ ଖବର ଦେଇଥିଲେ ।